ETV Bharat / bharat

କୋରୋନାକୁ ନେଇ ରାହୁଲଙ୍କ ଟ୍ବିଟ, ଭାରତର ଭୁଲ ନକ୍ସା ପୋଷ୍ଟ ପରେ ଡିଲିଟ

author img

By

Published : Feb 13, 2020, 12:01 PM IST

କୋରୋନା ଭାଇରସକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟ୍ବିଟ । ରାହୁଲ ବିଶ୍ବରେ କୋରୋନା ଗ୍ରାସରେ ରହିଥିବା ଦେଶର ଏକ ମାନଚିତ୍ର ପୋଷ୍ଟ କରିଥିଲେ । ଏହି ନକ୍ସାରେ ଭାରତ ମାନଚିତ୍ରକୁ ଭୁଲ ଭାବରେ ଦର୍ଶା ଯାଇଥିଲା । ଏଥିରେ ଜମ୍ମୁ-କାଶ୍ମୀର ଏକ ଅଂଶକୁ ପାକିସ୍ତାନର ଅଂଶ ଭାବରେ ଦେଖାଯାଇଥିଲା । ପରେ ଏହି ଟ୍ବିଟକୁ ଡିିଲିିଟ କରିଥିଲେ ରାହୁଲ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ନିଜ ଭୁଲ ପାଇଁ ପୁଣି ଥରେ ଟ୍ରୋଲର ଶିକାର ହୋଇଛନ୍ତି । କୋରୋନା ଭାଇରସକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସମୟରେ ନିଜେ ଅଡୁଆରେ ପଡିଛନ୍ତି । ସାରା ବିଶ୍ବରେ କୋରୋନା ଭାଇରସର କାୟା ବିସ୍ତାରକୁ ନେଇ ନିଜ ଅଫିସିଆଲ ପେଜରେ ବିଶ୍ବ ମାନଚିତ୍ରକୁ ସେୟାର କରିଥିଲେ । ଏହି ନକ୍ସାରେ ଜମ୍ମୁ-କାଶ୍ମୀରକୁ ନେଇ ଏକ ବିରାଟ ଭୁଲ କରିବା ପରେ ରାହୁଲ ନିଜ ଟ୍ବିଟ ଡିଲିଟ କରିଥିଲେ ।

rahul gandhi posts wrong indian map
ରାହୁଲଙ୍କ ଡିିଲିଟ ଟ୍ବିଟ

କୋରୋନା ଭାଇରସକୁ ନେଇ ରାହୁଲ ଗାନ୍ଧୀ ଟ୍ବିଟରେ କୋରୋନା ଭାଇରସ ଆମର ଜନତା ଓ ଆମ ଅର୍ଥବ୍ୟବସ୍ଥା ପାଇଁ ଏକ ଗମ୍ଭୀର ସମସ୍ୟା । ‘ମୋ ହିସାବରେ ସରକାର ଏହି ଆସନ୍ନ ବିପଦକୁ ଗମ୍ଭୀରତାର ସହ ନେଉ ନାହାଁନ୍ତି, ଠିକଣା ସମୟରେ ବିହିତ ପଦକ୍ଷେପ ନିହାତି ଜରୁରୀ’ ବୋଲି ଲେଖିଛନ୍ତି ।

ମାତ୍ର ଏହି ଟ୍ବିଟ ସହ ରାହୁଲ ବିଶ୍ବରେ କୋରୋନା ଗ୍ରାସରେ ରହିଥିବା ଦେଶର ଏକ ମାନଚିତ୍ର ପୋଷ୍ଟ କରିଥିଲେ । ଏହି ନକ୍ସାରେ ଭାରତ ମାନଚିତ୍ରକୁ ଭୁଲ ଭାବରେ ଦର୍ଶାଯାଇଥିଲା । ଏଥିରେ ଜମ୍ମୁ-କାଶ୍ମୀର ଏକ ଅଂଶକୁ ପାକିସ୍ତାନର ଅଂଶ ଭାବରେ ଦେଖାଯାଇଥିଲା ।

ଏହାପରେ ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ ରାହୁଲଙ୍କ ଟ୍ବିଟକୁ ନେଇ ପ୍ରଶ୍ନ ଓ ସମାଲୋଚନା ପରେ ଏହାକୁ ଡିଲିଟ କରିଥିଲେ ରାହୁଲ ଗାନ୍ଧୀ । ଅମିତ ରାହୁଲଙ୍କ ପ୍ରଶ୍ନ କରିଥିଲେ ‘ଆପଣ ବାରମ୍ବାର କଣ ପାଇଁ ଏମିତି ମାନଚିତ୍ରର ବ୍ୟବହାର କରୁଛନ୍ତି, ଯାହା ଭାରତର ଏକ ଅଙ୍ଗ ବିଚ୍ଛେଦ ହେଲା ଭଳି ଦେଖାଯାଉଛି ’ ?

ଏହାପରେ ଏହି ଟ୍ବିଟକୁ ନେଇ ବିରାଟ ବିବାଦ ଦେଖା ଦେବା ପୂର୍ବରୁ ଏହାକୁ ନିଜ ପେଜରୁ ହଟାଇଛନ୍ତି ରାହୁଲ ଗାନ୍ଧୀ । ଏହାସହ ଏକ ନୂଆ ଷ୍ଟୋରୀ ସହ ଟ୍ବିଟ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ବରେ କୋରୋନା ଭାଇରସରେ ମୃତ୍ୟୁ ସଂଖ୍ୟା 1113ରେ ପହଞ୍ଚିଛି । ଏହାସହ 42 ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.