ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଏବଂ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଚୀନ୍ ଆମ ଜମିକୁ ଜବରଦଖଲ କରିଛି । ଭାରତ ସରକାର ଏବଂ ଆରଏସଏସ ଏହାକୁ ଅନୁମତି ଦେଇଛି। ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି ମୋହନ ଭାଗବତଙ୍କ ବୟାନ ପରେ ସାମ୍ନାକୁ ଆସିଛି ।
ରାହୁଲ ଗାନ୍ଧୀ ତାଙ୍କ ବୟାନର ଏକ ଟ୍ବିଟକୁ ରି-ଟ୍ବିଟ କରି କହିଛନ୍ତି ଯେ ଭାଗବତ ସତ ଜାଣିଛନ୍ତି କିନ୍ତୁ ସାମ୍ନା କରିବାକୁ ଭୟ କରୁଛନ୍ତି । ପ୍ରକାଶଥାଉକି, ନାଗପୁରରେ ଏକ ସଭାରେ ଯୋଗ ଦେଇ ମୋହନ ଭାଗବତ କହିଥିଲେ ଯେ ଏଥର ଭାରତ ଚୀନକୁ ଦେଇଥିବା ଉତ୍ତରରେ ଚୀନ ଚକିତ ହୋଇଛି । ଚୀନ ସାମ୍ନାରେ ଭାରତ ଠିଆ ହୋଇଛି। ଭାରତୀୟ ସେନା ନିଜ ବୀରତ୍ବ ଦେଖାଇଛି । ଉଭୟ ରଣନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଚୀନକୁ ଶକ୍ତି ଧକ୍କା ଲାଗିଛି ।