ETV Bharat / bharat

କେନ୍ଦ୍ରକୁ ଘେରିବାକୁ ରାହୁଲଙ୍କ ରଣନୀତି, ସବୁ ରାଜ୍ୟ କଂଗ୍ରେସ ସଭାପତିଙ୍କ ସହ ଆଲୋଚନା

ଭାରତ-ଚୀନ ବିବାଦ, କୋଭିଡ୍‌-19 ମହାମାରୀ ଓ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସର ରାଜ୍ୟ ମୁଖିଆଙ୍କ ସହ ଭିସି ଜରିଆରେ ଆଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାସହ ଏପ୍ରସଙ୍ଗରେ କଂଗ୍ରେସର ଆଗାମୀ ରଣନୀତି କଣ ରହିବ ସେନେଇ ଆଲୋଚନା କରିଥିବା ସୂଚନା ମିଳିଛି ।

କେନ୍ଦ୍ରକୁ ଘେରିବାକୁ ରାହୁଲଙ୍କ ରଣନୀତି, ସବୁ ରାଜ୍ୟ କଂଗ୍ରେସ ସଭାପତିଙ୍କ ସହ ଆଲୋଚନା
କେନ୍ଦ୍ରକୁ ଘେରିବାକୁ ରାହୁଲଙ୍କ ରଣନୀତି, ସବୁ ରାଜ୍ୟ କଂଗ୍ରେସ ସଭାପତିଙ୍କ ସହ ଆଲୋଚନା
author img

By

Published : Jun 25, 2020, 7:00 AM IST

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ, କୋଭିଡ୍‌-19 ମହାମାରୀ ଓ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସର ରାଜ୍ୟ ମୁଖିଆଙ୍କ ସହ ଭିସି ଜରିଆରେ ଆଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାସହ ଏପ୍ରସଙ୍ଗରେ କଂଗ୍ରେସର ଆଗାମୀ ରଣନୀତି କଣ ରହିବ ସେନେଇ ଆଲୋଚନା କରିଥିବା ସୂଚନା ମିଳିଛି । ବୈଠକରେ ରାହୁଲଙ୍କ ସହିତ କଂଗ୍ରେସର ମହାସଚିବ କେସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ ।

ଗଲୱାନ ଘାଟିରେ ଶହୀଦ ହୋଇଥିବା 20 ଯବାନଙ୍କ ପାଇଁ କଂଗ୍ରେସ ଦେଶବ୍ୟାପୀ ‘ଶହୀଦଙ୍କୁ ସଲାମ୍‌’କାର୍ଯ୍ୟକ୍ରମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଜୁନ୍‌ 26 ତାରିଖରେ ସାରା ଦେଶରେ ଏହାକୁ ସୁଚାରୁରୂପେ କରିବାକୁ କୁହାଯାଇଛି ।

ସେହିପରି ଜୁନ୍‌ 29 ତାରିଖରେ ତୈଳଦର ବୃଦ୍ଧିକୁ ନେଇ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଧାରଣା ଦେବାକୁ ବୈଠକରେ କୁହାଯାଇଛି । ଏହାସହ ଏହି ତିନି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଥିବା ବିଶେଷସୂତ୍ରରୁ ଜଣାପଡିଛି ।

ଅନ୍ୟପଟେ ରାହୁଲ ଗାନ୍ଧୀ ବାରମ୍ବାର ସରକାରଙ୍କୁ ଏନେଇ ଚେତାଇ ଆସୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ କୌଣସି ପଦକ୍ଷେପ ନେଉନଥିବା ବୈଠକରେ ରାହୁଲ ଜଣାଇଛନ୍ତି । ଯେଉଁଥିଲାଗି ସରକାରଙ୍କୁ ଘେରିବାକୁ ସେ ବୈଠକରେ କହିଥିବା ସୂଚନା ମିଳିଛି ।

ଏହାସହ ଚୀନ ବିବାଦକୁ ନେଇ ବୈଠକରେ କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ । ବିଦେଶ ପଲିସି ସମ୍ପୂର୍ଣ୍ଣ ପଥଭ୍ରଷ୍ଟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ବୈଠକ ଶେଷରେ ଅନେକ ରାଜ୍ୟ ସଭାପତି କଂଗ୍ରେସର ଦାୟିତ୍ବ ପୁଣି ଥରେ ରାହୁଲ ଗାନ୍ଧି ନେବାକୁ ପ୍ରସ୍ତାବ ଦେଇଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.