ETV Bharat / bharat

‘ବିମୁଦ୍ରୀକରଣ ଭଳି ସମ୍ବିଧାନକୁ ବଦଳାଇବାକୁ ଚାହାଁନ୍ତି ପିଏମ’ - congress

ଦକ୍ଷିଣ ଭାରତରେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ରାହୁଲ କର୍ଣ୍ଣାଟକରେ ଏକ ସଭାକୁ ସମ୍ବୋଧିତ କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଏହି ସାଧାରଣ ସଭାରେ ପୁଣିଥରେ ‘ଚୌକିଦାର ଚୋର’ ନାରା ଦୋହରାଇଲେ ।

ଫାଇଲ ଫଟୋ
author img

By

Published : Mar 18, 2019, 11:34 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ‘ଚୌକିଦାର ୱାର’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରେ ବର୍ଷିଛନ୍ତି । ଦକ୍ଷିଣ ଭାରତରେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ରାହୁଲ କର୍ଣ୍ଣାଟକରେ ଏକ ସଭାକୁ ସମ୍ବୋଧିତ କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ପିଏମ ମୋଦି ନିର୍ବାଚନ ପୂର୍ବରୁ କହିଥିଲେ ମୋତେ ପ୍ରଧାନମନ୍ତ୍ରୀ ନୁହଁ ଚୌକିଦାର କର । କିନ୍ତୁ ସେ କ୍ଷମତାକୁ ଆସିବା ପରେ ଧନୀ ଲୋକଙ୍କ ଚୌକିଦାରୀ କରିବାକୁ ଲାଗିଲେ ।

ରାହୁଲ ଏହି ସାଧାରଣ ସଭାରେ ପୁଣିଥରେ ‘ଚୌକିଦାର ଚୋର’ ନାରା ଦୋହରାଇଲେ । ମୋଦି ବିଜେପି ଏବଂ ସଂଘର ନୀତିକୁ ଆଗକୁ ବଢାଇବା ଉଦ୍ଦେଶ୍ୟରେ ସମ୍ବିଧାନକୁ ନଷ୍ଟ କରୁଛନ୍ତି । 500 ଏବଂ 1000 ଟଙ୍କା ନୋଟ ଭଳି ସମ୍ବିଧାନକୁ ମଧ୍ୟ ବଦଳାଇବାକୁ ଚାହାଁନ୍ତି । କଂଗ୍ରେସ କୃଷିଋଣ ଛାଡ କରିବାକୁ ପ୍ରିତିଶୃତି ଦେଇଥିଲା ଆଉ ତାହା କରି ଦେଖାଇଛି ।

କିନ୍ତୁ ଚୌକିଦାର କେବଳ ଚୋରି କରୁନାହିଁ ବରଂ ସେ ମିଛ ପ୍ରତିଶୃତି ମଧ୍ୟ ଦେଉଛି । ରାହୁଲ କର୍ଣ୍ଣାଟକବାସୀଙ୍କୁ ପିଏମ ମୋଦି ଦେଇଥିବା ପ୍ରତିଶୃତି କଥା ମନେ ପକାଇଦେଲେ । ସେ କହିଛନ୍ତି ଗୋଟିଏ ପଟେ ବିଜେପି ଏବଂ ତାଙ୍କ ସରକାର ଦେଇଥିବା ପ୍ରତିଶୃତି କେବେ ପୂରଣ କରେ ନାହିଁ ଏବଂ ଅନ୍ୟପଟେ କଂଗ୍ରେସ ଦେଇଥିବା ପ୍ରତିଶୃତି କେବେ ଭୁଲେ ନାହିଁ । ସେପଟେ ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ସମେତ ତମାମ କଂଗ୍ରେସ ନେତା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନରେ 2 ମିନିଟ ଶୋକ ସଭା କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.