ETV Bharat / bharat

ଗଲୱାନ ସଂଘର୍ଷକୁ ନେଇ ରାଜନୀତି କରନ୍ତୁ ନାହିଁ ରାହୁଲ: ଆହତ ଯବାନଙ୍କ ପିତା

ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଜଣେ ଆହତ ଯବାନଙ୍କ ପିତାଙ୍କ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଖୁଲାସା କରିଥିଲେ ଯେ, ଲଦାଖରେ ଚୀନ ସହ ଭାରତୀୟ ସେନା ବିନା ଅସ୍ତ୍ରଶସ୍ତ୍ରରେ ଲଢେଇ କରୁଥିଲେ । ଏହି ଭିଡିଓ ସେୟାର ହେବା ପରେ କଡା ପ୍ରତିକ୍ରିୟା ଦେଇଛନ୍ତି ଉକ୍ତ ଯବାନଙ୍କ ପିତା ।

http://10.10.50.80:6060//finalout3/odisha-nle/thumbnail/20-June-2020/7693705_605_7693705_1592633849376.png
ଗଲୱାନ ସଂଘର୍ଷକୁ ନେଇ ରାଜନୀତି କରନ୍ତୁ ନାହିଁ ରାହୁଲ
author img

By

Published : Jun 20, 2020, 12:15 PM IST

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଶହୀଦ ହୋଇଥିବା 20 ଯବାନଙ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାରମ୍ବାର କେନ୍ଦ୍ର ସରକାରକୁ ଟାର୍ଗେଟ କରିଆସୁଛନ୍ତି । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ କୌଣସି ରାଜନୀତି କରନ୍ତୁ ନାହିଁ ବୋଲି ଜଣେ ଯବାନଙ୍କ ପିତା କହିଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ରାହୁଲ ଗାନ୍ଧୀ ଜଣେ ଆହତ ଯବାନଙ୍କ ପିତାଙ୍କ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଚୀନ-ଭାରତ ସେନାଙ୍କ ଲଢେଇ ସମୟରେ ଆମ ଯବାନ ବିନା ଅସ୍ତ୍ରଶସ୍ତ୍ରରେ ଥିବା ଖୁଲାସା କରିଥିଲେ । ଏହି ପୋଷ୍ଟରେ ରାହୁଲ ଲେଖିଥିଲେ, ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ପାଇଁ ଦେବାକୁ ଯାଇ ବରିଷ୍ଠ କେନ୍ଦ୍ରମନ୍ତ୍ରୀମାନେ ମିଛ କହିବା ଅତ୍ୟନ୍ତ ଦୁଃଖଦ ଘଟଣା । କିନ୍ତୁ ଆପଣଙ୍କ ମିଥ୍ୟାରେ ଆମର ଶହୀଦଙ୍କୁ ଅପମାନ କର ନାହିଁ।

ଗଲୱାନ ସଂଘର୍ଷକୁ ନେଇ ରାଜନୀତି କରନ୍ତୁ ନାହିଁ ରାହୁଲ

ଆଜି ସେହି ଯବାନଙ୍କ ପିତା ରାହୁଲ ଗାନ୍ଧୀଙ୍କ ଭିଡିଓକୁ ଦେଖି କଡା ପ୍ରତିକ୍ରିୟା ଦେଇଛନ୍ତି । ଏଭଳି ପ୍ରସଙ୍ଗରେ ନେତା ଗିରି କିମ୍ବା ରାଜନୀତି ନ କରନ୍ତୁ ବୋଲି କହିଥିଲେ ।

ଭାରତୀୟ ଯବାନ ଅତ୍ୟନ୍ତ ଶକ୍ତିଶାଳୀ ସେମାନେ ଚାଇନାକୁ ହରାଇବାର କ୍ଷମତା ରଖୁଛନ୍ତି । ତେଣୁ ରାହୁଲ ଗାନ୍ଧୀ ଆପଣ ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ । ମୋ ପୁଅ ଚାଇନା ସହ ଲଢେଇ କରି ଆହତ ହୋଇଛି ସତ କିନ୍ତୁ ଆଗ ମଧ୍ୟ ସେ ଏହି ଲଢେଇ ଜାରି ରଖିବ ।

ଏହା ପୂର୍ବରୁ ରାହୁଲ ଗାନ୍ଧୀ ସରକାରଙ୍କୁ ବିଭିନ୍ନ ସମୟରେ ସମାଲୋଚନା କରିଆସିଛନ୍ତି । ଚୀନ ଆକ୍ରମଣ ସମୟରେ କେନ୍ଦ୍ର ସରକାର ଶୋଇ ରହିଥିଲେ । ମୂଲ୍ୟ ଆମ ଯବାନମାନଙ୍କୁ ଦେବାକୁ ପଡିଥିଲା ବୋଲି ଟ୍ବିଟ କରି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.