ETV Bharat / bharat

ନିର୍ବାଚିତ କଂଗ୍ରେସ ସରକାରକୁ ଅସ୍ଥିର କରୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ ଗାନ୍ଧୀ

author img

By

Published : Mar 11, 2020, 12:37 PM IST

ମଧ୍ୟପ୍ରଦେଶରେ ନିର୍ବାଚିତ କଂଗ୍ରେସ ସରକାରକୁ ପ୍ରଧାନମନ୍ତ୍ରୀ ଅସ୍ଥିର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ନିର୍ବାଚିତ କଂଗ୍ରସ ସରକାରକୁ ଅସ୍ଥିର କରୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କଂଗ୍ରେସର ନିର୍ବାଚିତ ସରକାରକୁ ଅସ୍ଥିର କରୁଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଛନ୍ତି ରାହୁଲ ।

ନିର୍ବାଚିତ କଂଗ୍ରେସ ସରକାରକୁ ଅସ୍ଥିର କରୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ ଗାନ୍ଧୀ
ନିର୍ବାଚିତ କଂଗ୍ରେସ ସରକାରକୁ ଅସ୍ଥିର କରୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ଟ୍ବିଟ କରି କହିଛନ୍ତି ଯେ, ‘ହାଏ ପିଏଏମଓ, ଯେତେବେଳେ ଆପଣ ଗୋଟିଏ ନିର୍ବାଚିତ କଂଗ୍ରେସ ସରକାରକୁ ଅସ୍ଥିର କରିବାରେ ବ୍ୟସ୍ତ ଅଛନ୍ତି, ସେହି ସମୟରେ ତୈଳ ଦରରେ 35 ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି ଏବଂ ଆପଣ ଏହାକୁ ଅଣଦେଖା କରିଦେଇଛନ୍ତି । ଏହି ଅଶୌଧିତ ତୈଳ ଦର ହ୍ରାସର ଫାଇଦା ଭାରତୀୟଙ୍କୁ ଦେବା ସହ ପେଟ୍ରୋଲ ମୂଲ୍ୟ 60 ଟଙ୍କାରୁ କମ ହେବ କି ନାହିଁ’ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।

ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ନିକଟତର ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଏହାସହ 22 ଜଣ ବିଧାୟକ ମଧ୍ୟ କଂଗ୍ରେସ ଛାଡିଥିଲେ । ଏପରି ସ୍ଥିତିରେ ମଧ୍ୟ ପ୍ରଦେଶରେ କମଲନାଥ ସରକାରଙ୍କ ସଙ୍କଟର କଳା ବାଦଲ ଛାଇଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.