ETV Bharat / bharat

ଅନୁପ୍ରବେଶ ପାଇଁ ଚୀନ ଭାରତକୁ କାହିଁକି ବାଛିଚି ? ଜବାବ ଦେଲେ ରାହୁଲ ଗାନ୍ଧୀ

author img

By

Published : Jul 17, 2020, 4:05 PM IST

ଭାରତର ବୈଦେଶିକ ନୀତି, ଅର୍ଥନୀତି ଏବଂ ପଡୋଶୀ ଦେଶ ସହ ସମ୍ପର୍କ ଖରାପ ହୋଇଥିବାରୁ ଚୀନ ଅନୁପ୍ରବେଶ ପାଇଁ ଭାରତକୁ ବାଛିଚି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

 ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ, ଦେଶ ବୈଦେଶିକ ନୀତି ଏବଂ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହି ପ୍ରସଙ୍ଗରେ ମୋଦି ସରକାର ବିଫଳ ହୋଇଥିବା ଅଭିଯୋଗ କରି ଏଥିପାଇଁ ସେ ସରକାରଙ୍କୁ କଡା ନିନ୍ଦା କରିଛନ୍ତି । ଭାରତର ବୈଦେଶିକ ନୀତି, ଅର୍ଥନୀତି ଏବଂ ପଡୋଶୀ ଦେଶ ସହ ସମ୍ପର୍କ ଖରାପ ହୋଇଥିବାରୁ ଚୀନ ଅନୁପ୍ରବେଶ ପାଇଁ ଭାରତକୁ ବାଛିଚି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ଏକ ଭିଡିଓ ଜାରି କରି ରାହୁଲ ଗାନ୍ଧୀ ଏଭଳି କହିଛନ୍ତି । ଏହା ସହିତ ସେ ଜୁନ 15 ରେ ଚୀନ ସୈନିକଙ୍କ ସହ ହୋଇଥିବା ସଂଘର୍ଷ ପରେ ମୋଦି ସରକାର ପ୍ରକୃତ ନିୟନ୍ତ୍ରଣ ରେଖାରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଭାରତରେ ଚୀନର ଅନୁପ୍ରବେଶକୁ ନେଇ ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି ପ୍ରଶ୍ନ ହେଉଛି ଅନୁପ୍ରବେଶ ପାଇଁ ଚୀନ କାହିଁକି ଏହି ନିର୍ଦ୍ଦିଷ୍ଟ ସମୟକୁ ବାଛିଲା ? ଭାରତର ପରିସ୍ଥିତି ବିଷୟରେ ଚୀନ ପୂର୍ବରୁ ଅବଗତ ଥିଲା କି ? ଏହି ସମୟରେ ସେମାନେ ଭାରତ ଭଳି ଦେଶ ବିରୁଦ୍ଧରେ ଯାଇପାରିବେ ବୋଲି ଆତ୍ମବିଶ୍ବାସ ଥିଲା କି ?

ଏହାକୁ ବୁଝିବା ପାଇଁ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପଡିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସେ କହିଛନ୍ତି, ଦେଶଗୁଡିକ ଏକ ନିର୍ଦ୍ଦିଷ୍ଟ ଉପାୟରେ ନୁହେଁ, ବରଂ ବୈଦେଶିକ ନୀତି, ପଡ଼ୋଶୀ ସହ ସମ୍ପର୍କ, ଅର୍ଥନୀତି ଏବଂ ଲୋକଙ୍କ ପାଖରେ ଥିବା ଭାବନା ଏବଂ ଦୂରଦୃଷ୍ଟି ପ୍ରଣାଳୀ ଦ୍ୱାରା ସୁରକ୍ଷିତ । ଗତ 6 ବର୍ଷ ମଧ୍ୟରେ ଯାହା ଘଟିଛି ତାହା ଦ୍ବାରା ଭାରତ ବିଚଳିତ ସୃଷ୍ଟି କରିଛି ବୋଲି ସେ କହିଛନ୍ତି ।

ଭାରତର ବୈଦେଶିକ ନୀତି ବିଷୟରେ କଂଗ୍ରେସ ନେତା କହିଛନ୍ତି, ପୂର୍ବରୁ ଆମ ସମ୍ପର୍କ ଏକାଧିକ ଦେଶ ସହ ରହିଆସୁଥିଲା। ଭାରତର ଆମେରିକା ସହ ସମ୍ପର୍କ ଥିଲା । ଆମେରିକା ସହ ରଣନୀତିକ ଭାଗିଦାରୀ ଥିଲା । ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଋଷିଆ ଏବଂ ୟୁରୋପ ସହ ମଧ୍ୟ ଆମର ଭଲ ସମ୍ପର୍କ ଥିଲା । କିନ୍ତୁ ଆଜି ଆମ ସମ୍ପର୍କ ଏକ କାରବାରରେ ପରିଣତ ହୋଇଛି। ଆମେରିକା, ଋଷ ଏବଂ ୟୁରୋପ ସହ ଆମର କାରବାର ସମ୍ପର୍କ ରହିଛି । ପୂର୍ବରୁ ନେପାଳ, ଭୁଟାନ ଏବଂ ଶ୍ରୀଲଙ୍କା ଆମର ଭଲ ବନ୍ଧୁ ଥିଲେ। କିନ୍ତୁ ସେମାନେ ଏବେ ଭାରତର ଶତୃ ପାଲଟିଗଲେଣି ।

ପାକିସ୍ତାନ ବ୍ୟତୀତ ଆମର ସମସ୍ତ ପଡ଼ୋଶୀ ଭାରତ ସହ କାମ କରୁଥିଲା ଏବଂ ନିଜକୁ ଭାରତ ସହଭାଗୀ ଭାବରେ ଦେଖୁଥିଲା। କିନ୍ତୁ ଆଜି ନେପାଳ ଭାରତ ବିରୁଦ୍ଧରେ ଯାଇଛି । ନେପାଳ ଯାଇ ନେପାଳୀଙ୍କ ସହ କଥା ହେଲେ ଜଣାପଡିବ ଯେ ସେମାନେ ଆମ ଉପରେ କେତେ କ୍ରୋଧିତ ଅଛନ୍ତି । ଶ୍ରୀଲଙ୍କା ଏହାର ବନ୍ଦର ଚୀନକୁ ଦେଇଦେଇଛି । ମାଲଦ୍ୱୀପ ଏବଂ ଭୁଟାନ ଭାରତ ସହ ଆଉ ଭଲ ସମ୍ପର୍କ ରଖିନାହାନ୍ତି । ଆମେ ଆମର ବିଦେଶୀ ଭାଗିଦାରୀ ତଥା ପଡ଼ୋଶୀ ଦେଶକୁ ବ୍ୟାହତ କରିଛୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ଭାରତୀୟ ଅର୍ଥନୀତିକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି, ଆମର ଗର୍ବ, ଦେଶ ଅର୍ଥନୀତି ଏବେ ଦୁର୍ବଳ ହୋଇପଡିଛି । 40-50 ବର୍ଷ ମଧ୍ୟରେ ଏଭଳି ପ୍ରଥମ ଥର ଘଟିଛି । ଆମର ଶକ୍ତି ହଠାତ୍ ଆମର ଦୁର୍ବଳତା ପାଲଟିଯାଇଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.