ପାଟନା: ପାଟନା ବିମାନ ବନ୍ଦରରେ ପହଞ୍ଚିଲା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଆରଜେଡି ନେତା ରଘୁବଂଶ ପ୍ରସାଦ ସିଂଙ୍କ ପାର୍ଥୀବ ଶରୀର । ବିରୋଧି ଦଳ ନେତା ତେଜସ୍ୱୀ ଯାଦବ, ଆରଜେଡିର ରାଜ୍ୟ ସଭାପତି ଜଗଦାନନ୍ଦ ସିଂଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ବିମାନବନ୍ଦରରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ପାଟନା ବିମାନ ବନ୍ଦରରୁ ରଘୁବଂଶ ପ୍ରସାଦ ସିଂଙ୍କ ପାର୍ଥୀବ ଶରୀର ବିଧାନସଭା ନିଆଯିବ ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଭାବୁକ ହୋଇଯାଇଥିଲେ । ରଘୁବଂଶ ପ୍ରସାଦ କରିଥିବା ଦାବି କେନ୍ଦ୍ର ସରକାରଙ୍କ ଅଧିନ ରହିଛି । ତେବେ ଦ୍ବିତୀୟ ମାମଲାଟି ଜଳସଂପଦ ବିଭାଗ ସମ୍ବନ୍ଧିତ ହୋଇଥିବାରୁ ଏହା ଶ୍ରୀଘ୍ର ପୂରଣ କରାଯିବ ବୋଲି ନୀତିଶ କୁମାର ସ୍ପଷ୍ଟ କରିଥିଲେ । ଏନେଇ ସେ ପିଏମ ମୋଦିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ରଘୁବଂଶ ପ୍ରସାଦଙ୍କ ସ୍ମୃତିକୁ ରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ।
ପାଟନା ବିମାନବନ୍ଦରରେ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ତେଜସ୍ୱୀ ଯାଦବ । ପାର୍ଥୀବ ଶରୀର ବିମାନବନ୍ଦରରେ ପହଞ୍ଚିବା କ୍ଷଣି ଅପେକ୍ଷା କରିଥିବା ଆରଜେଡି କର୍ମୀ 'ରଘୁବଂଶ ଅମର ରହେ' ନାରା ଲଗାଇଥିଲେ । ତେଜସ୍ବୀଙ୍କୁ ଭାବୁକ ହେବା ସହ 'ଆମେ ଆମର ବହୁତ ବଡ ମାର୍ଗଦର୍ଶକଙ୍କୁ ହରାଇଲୁ, ଯାହାଙ୍କ ସ୍ଥାନ କେବେ ପୂରଣ ହୋଇପାରିବନି' ବୋଲି କହିଥିଲେ ।
ତେବେ ରଘୁବଂଶ ପ୍ରସାଦଙ୍କ ପୈତୃକ ଗ୍ରାମ ବୈଶାଳୀକୁ ତାଙ୍କର ପାର୍ଥୀବ ଶରୀର ନିଆଯିବ । ସେହିଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ସ୍ଥିର ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ