ETV Bharat / bharat

ଆଜି ପହଞ୍ଚିବ ରାଫେଲ, ଅମ୍ବାଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : Jul 29, 2020, 9:20 AM IST

ହରିୟାଣାର ଅମ୍ବାଲା ଏୟାରବେସରେ ଅବତରଣ କରିବ ରାଫେଲ ଜେଟ । ସେପଟେ ଅମ୍ବାଲାରେ ପାଗ ଖରାପ ହେବା ନେଇ ପାଣିପାଗ ବିଭାଗ ଚେତାଇଛି । ଅଧିକ ପଢନ୍ତୁ...

ଆଜି ପହଞ୍ଚିବ ରାଫେଲ
ଆଜି ପହଞ୍ଚିବ ରାଫେଲ

ଚଣ୍ଡୀଗଡ: ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ହେବ ଆହୁରି ମଜବୁତ । ଆଜି ଭାରତରେ ପହଞ୍ଚିବ ଫ୍ରାନ୍ସ ନିର୍ମିତ ରାଫେଲ ଜେଟ । ପ୍ରଥମ ପର୍ଯ୍ୟାୟରେ 5ଟି ରାଫେଲ ଜେଟ ହରିୟାଣାର ଅମ୍ବାଲା ଏୟାରବେସରେ ଅବତରଣ କରିବ । ଏହାକୁ ଗ୍ରହଣ କରିବେ ବାୟୁସେନ ମୁଖ୍ୟ ମାର୍ଶଲ ଆରକେଏସ ଭଦୌରିଆ । ସେପଟେ ଅମ୍ବାଲାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ଅମ୍ବାଲାର ବିମାନଘାଟିର ଆଖପାଖ 4ଟି ଗାଁରେ 144 ଧାରା ଲାଗୁ କରାଯାଇଛି । ଅଫିସିଆଲ ଫଟୋଗ୍ରାଫି ଛଡା ଅଲଗା ଫଟୋ ନେବା ଉପରେ ନିଷେଧାଦେଶ ଜାରି କରିଛନ୍ତି । ଏପରିକି ଗୋଟିଏ ସ୍ଥାନରେ ସମାଗମ ହେବାକୁ ମଧ୍ୟ ବାରଣ କରାଯାଇଛି ।

ସେପଟେ, ଅମ୍ବାଲାରେ ଆଜି ପାଗ ଖରାପ ହୋଇପାରେ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । ଯଦି ପାଗରେ ସୁଧାର ନ ଆସେ ତେବେ ବ୍ୟାକଅପ ଭାବେ ଯୋଧପୁର ଏୟାରବେସରେ ରାଫେଲକୁ ଅବତରଣ କରାଯିବ ।

ସୂଚନାଯୋଗ୍ୟ, 2014ରେ ଯୋଧପୁରର ବିମାନଘାଟିରେ ‘ଗାରୁଦ’ ଯୁଦ୍ଧ ଖେଳରେ ଭାଗ ନେଇଥିଲା ରାଫେଲର 4ଟି ବିମାନ । ବର୍ତ୍ତମାନ ସୁଦ୍ଧା ରାଫେଲ ଜେଟ ଯୋଧପୁର କିମ୍ବା ଅମ୍ବାଲାରେ ପହଞ୍ଚିବା ନେଇ ଯୋଧପୁର ଏୟାରବେସ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇନାହାଁନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.