ETV Bharat / bharat

ବୃଦ୍ଧି ହେବ ପ୍ରଶ୍ନକାଳ, ଲିଖିତରେ ଉତ୍ତର ଦେବେ ସରକାର - କୋରୋନା

କୋରୋନା ପାଇଁ ସୃଷ୍ଟି ହୋଇଥିବା ଅସାଧାରଣ ପରିସ୍ଥିତି କାରଣରୁ ଲୋକସଭାରେ ପ୍ରଶ୍ନ କାଳକୁ ସାମୟିକ ଭାବରେ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ..

ବୃଦ୍ଧି ହେବ ପ୍ରଶ୍ନକାଳ, ଲିଖିତରେ ଉତ୍ତର ଦେବେ ସରକାର

author img

By

Published : Sep 4, 2020, 7:49 PM IST

ନୂଆଦିଲ୍ଲୀ: କୋରୋନା ପାଇଁ ସୃଷ୍ଟି ହୋଇଥିବା ଅସାଧାରଣ ପରିସ୍ଥିତି କାରଣରୁ ଲୋକସଭାରେ ପ୍ରଶ୍ନ କାଳକୁ ସାମୟିକ ଭାବରେ ବୃଦ୍ଧି କରାଯାଇଛି । ସାମାଜିକ ଦୂରତାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଶ୍ନ କାଳ ସମୟରେ ଗୃହର ଗ୍ୟାଲେରୀରେ ବହୁସଂଖ୍ୟକ ସଦସ୍ୟଙ୍କ ଉପସ୍ଥିତିକୁ ଏଡ଼ାଇବାକୁ ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ଲୋକସଭା ସଚିବାଳୟ ।

ଗୋଟିଏ କିମ୍ବା ଦୁଇ ଦିନ ପାଇଁ ନୁହେଁ ବଂର କ୍ରମାଗତ 18 ଦିନ ପାଇଁ ଏହି ପରିବର୍ତ୍ତିତ ନିଷ୍ପତି କାର୍ଯ୍ୟକ୍ଷମ ହେବ । କେବଳ ମୌସୁମୀ ଅଧିବେଶନ ପାଇଁ ଏହି ନିୟମ ଲାଗୁ କରାଯିବ ଏବଂ ଶୀତ କାଳୀନ ଅଧିବେଶନକୁ ପୂର୍ବଭଳି ଲୋକସଭା ଚାଲିବା ନେଇ ସ୍ପଷ୍ଟ କରିଛନ୍ତି ଲୋକସଭା ସଚିବାଳୟ ।

ସେହିପରି ଆଗାମୀ ଅଧିବେଶନରେ ପ୍ରତିଦିନ ସରକାର ଲିଖିତ ଆକାରରେ 160ଟି ପ୍ରଶ୍ନର ଉତ୍ତର ଦେବେ । ଫଳରେ ସରକାର ପ୍ରତି ସପ୍ତାହରେ 1,120 ପ୍ରଶ୍ନର ଉତ୍ତର ଦେବା ନେଇ କହିଛନ୍ତି ଲୋକସଭା ସଚିବାଳୟ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.