ETV Bharat / bharat

ମଣିପୁର ଓ ସିକିମରେ ଭୂକମ୍ପ ଝଟକା - Quakes hit Manipur, Sikkim

ପାର୍ବତ୍ୟ ଉତ୍ତର-ପୂର୍ବ ଅଞ୍ଚଳ ମଣିପୁର ଓ ସିକିମରେ ଭୂକମ୍ପ ଅନୁଭୂତ ହୋଇଛି । କୌଣସି ଧନଜୀବନ ନଷ୍ଟ ହୋଇନଥିବା କହିଛି ଏନସିଏସ । ଅଧିକ ପଢନ୍ତୁ...

quakes-hit-manipur-sikkim-no-damage-reported
ମଣିପୁର ଓ ସିକିମରେ ଭୂକମ୍ପ ଝଟକା
author img

By

Published : Oct 26, 2020, 8:55 AM IST

ଇମ୍ପାଲ/ଗ୍ୟାଙ୍ଗଟକ: ରବିବାର ଅପରାହ୍ନରେ ମଣିପୁର ଓ ସିକିମରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ମଣିପୁରରେ ତୀବ୍ରତା 3.2 ରହିଥିବା ବେଳେ ସିକିମରେ 3.6 ରହିଥିବା ସୂଚନା ମିଳିଛି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ମୁତାବକ ଦୁଇ ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଓ ସିକିମରେ ରବିବାର ଅପରାହ୍ନରେ ପାଞ୍ଚ କିଲୋମିଟର ଗଭୀର ଭୂକମ୍ପ ଅନୁଭୂତ ହୋଇଥିଲା । ମଣିପୁରରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.2 ରହିଥିବା ବେଳେ ସିକିମରେ 3.6 ରହିଛି । ଉତ୍ତର-ପୂର୍ବ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ କୌଣସି ଧନଜୀବନ ନଷ୍ଟ ହେବାର ତଥ୍ୟ ମିଳିନଥିବା କହିଛନ୍ତି ।

ଜାତୀୟ ସେଣ୍ଟର ସେସମୋଲୋଜିର ତଥ୍ୟ ଅନୁସାରେ ରିକ୍ଟର ସ୍କେଲରେ 3.2ମାପରେ ମଧ୍ୟମ ଭୂକମ୍ପ ରବିବାର ରାତି ପ୍ରାୟ 8ଟା 44ରେ ଦକ୍ଷିଣ ମଣିପୁରର ଚୁରାଚନ୍ଦନପୁର ଜିଲ୍ଲାରେ ଘଟିଥିଲା । ଏହାର ଗଭୀରତା 27କିଲୋମିଟର ଥିଲା । ଏହା ଛଡା ରିକ୍ଟର ସ୍କେଲରେ 5.3 ତୀବ୍ରତା ବିଶିଷ୍ଟ ଏକ ବଡ ଭୂକମ୍ପ ଅକ୍ଟୋବର 10 ବିଳମ୍ବିତ ରାତିରେ ତମେଙ୍ଗଲୋଙ୍ଗ ଜିଲ୍ଲାରେ ଘଟିଥିଲା । ଏହାର ଗଭୀରତା 30କିଲୋମିଟର ରହିଥିଲା । ଏହା ସହ ରିକ୍ଟର ସ୍କେଲରେ 2.8 ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ ସେହି ଜିଲ୍ଲାରେ ଶନିବାର ଅନୁଭୂତ ହୋଇଥିଲା ।

ବିଶେଷ ଭାବରେ ମିଜୋରାମ ଏବଂ ମଣିପୁର ପାର୍ବତ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ କ୍ରମାଗତ ଭୂକମ୍ପ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ଉତ୍ତର-ପୂର୍ବ ରାଜ୍ୟଗୁଡିକ ବିଶେଷ ଭାବରେ ମିଜୋରାମ ବାରମ୍ବାର ସାମାନ୍ୟରୁ ମଧ୍ୟମ ଧରଣର ଭୂକମ୍ପର ସାମ୍ନା କରୁଛି । ଭୂକମ୍ପ ବିଜ୍ଞାନୀମାନେ ପାର୍ବତ୍ୟ ଉତ୍ତର-ପୂର୍ବ ଅଞ୍ଚଳକୁ ପୃଥିବୀର ଷଷ୍ଠ ସର୍ବାଧିକ ଭୂକମ୍ପ ପ୍ରବଣ ଅଞ୍ଚଳ ଭାବରେ ବିବେଚନା କରନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.