ETV Bharat / bharat

ଜୟପୁରରେ ପଞ୍ଜାବ ପୋଲିସର ବଡ ସଫଳତା, 6 କୋଟି ମୂଲ୍ୟର ନିଶା ଦ୍ରବ୍ୟ ଜବତ - 6 crore worth of drugs on jaipur

ଜୟପୁରରେ ଚଢାଉ କରି ପ୍ରାୟ 6 କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରିବାରେ ସଫଳ ହେଲା ପଞ୍ଜାବ ପୋଲିସ। ପଢନ୍ତୁ ଅଧିକ.....

ଜୟପୁରରେ ପଞ୍ଜାବ ପୋଲିସର ବଡ ସଫଳତା
ଜୟପୁରରେ ପଞ୍ଜାବ ପୋଲିସର ବଡ ସଫଳତା
author img

By

Published : Oct 27, 2020, 8:56 PM IST

ଜୟପୁର: ରାଜସ୍ଥାନର ଜୟପୁରରେ ପଞ୍ଜାବ ପୋଲିସକୁ ବଡ ସଫଳତା ମିଳିଛି । ଆଜି ପୋଲିସର ଏକ ଟିମ ଜୟପୁରରେ ଚଢାଉ କରି ପ୍ରାୟ 6 କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛି। ଗତ 15 ଦିନ ମଧ୍ୟରେ ପଞ୍ଜାବ ପୋଲିସର ରାଜସ୍ଥାନରେ ଏହା ଦ୍ବିତୀୟ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ଔଷଧ ଓ ପ୍ରସାଧନ ସାମଗ୍ରୀ ଅଧିନିୟମ ଅନୁସାରେ ପଞ୍ଜାବ ପୋଲିସ ଏହି ଅଭିଯାନ ଚଳାଇଥିବା ଜଣାପଡିଛି ।

ଜୟପୁରରେ ପଞ୍ଜାବ ପୋଲିସର ବଡ ସଫଳତା

ପଞ୍ଜାବ ପୋଲିସ ଜୟପୁରର କରଧନି ଥାନା ଅଞ୍ଚଳର ମୟୁରବିହାରସ୍ଥିତ ଏକ ଘରେ ଚାଲିଥିବା ଏହି ନିଶାଦ୍ରବ୍ୟ କାରବାର ରାକେଟକୁ ଧରିବାରେ ସଫଳ ହୋଇଛି । ଘଟଣାସ୍ଥଳରୁ ପୋଲିସ ଟିମ 10 ଲକ୍ଷରୁ ଅଧିକ ମୂଲ୍ୟର ନିଶା ଟାବଲେଟ, 80 ହଜାର ଟଙ୍କାର ଊର୍ଦ୍ଧ୍ବ ଟଙ୍କାର କପ ସିରପ ଓ 16 ହଜାରରୁ ଊର୍ଦ୍ଧ୍ବ ଟଙ୍କାର ଇନଜେକ୍ସନର ଖୋଳ ଜବତ କରିଛି । ଜବତ ହୋଇଥିବା ସମୁଦାୟ ସାମଗ୍ରୀର ବଜାର ମୂଲ୍ୟ ପ୍ରାୟ 6 କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି ।

ଏହା ପୂର୍ବରୁ ମଧ୍ୟ ପଞ୍ଜାବ ପୋଲିସ ଏକ ଅଭିଯାନ ଚଳାଇ 4 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ନିଶା ଦ୍ରବ୍ୟ ଜବତ କରିବାରେ ସଫଳ ହୋଇଥିଲା । ଏହି ଅଭିଯାନର ନେତୃତ୍ବ ଲୁଧିଆନାର ଡିଏସପି ଜଶକରଣ ସିଂ ନେଇଥିବାବେଳେ ଏହି ଟିମରେ 15 ଜଣ ପୋଲିସ ଅଧିକାରୀ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.