ETV Bharat / bharat

ପଞ୍ଜାବରେ ମାଡୁଛି କୋରୋନା, ଦିଲ୍ଲୀକୁ ଦାୟୀ କଲେ ସ୍ବାସ୍ଥ୍ୟମନ୍ତ୍ରୀ - କୋରୋନା ବୃଦ୍ଧି ପାଇଁ ଦିଲ୍ଲୀକୁ ଦାୟୀ କଲେ ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ

ଦେଶରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଏପଟେ ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଦ୍ଧୁ କହିଛନ୍ତି, ଦିଲ୍ଲୀ ଯୋଗୁଁ ପଞ୍ଜାବରେ ବଢୁଛି କୋରୋନା ମାମଲା ।

କୋରୋନା ବୃଦ୍ଧି ପାଇଁ ଦିଲ୍ଲୀକୁ ଦାୟୀ କଲେ ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Jun 25, 2020, 3:51 PM IST

ଚଣ୍ଡୀଗଡ: ଦେଶରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଏପଟେ ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଦ୍ଧୁ କହିଛନ୍ତି ଯେ ଯଦି କୋରୋନା ସ୍ଥିତି ନସୁଧୁରିବ ତେବେ ରାଜ୍ୟରେ ପୁଣି ଲକଡାଉନ୍ ଲାଗୁ କରିବାକୁ ପଡିବ । ଏଥିସହିତ କୋରୋନା ବିସ୍ତାର ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଦିଲ୍ଲୀକୁ ଦାୟୀ କରିଛନ୍ତି।

ପଞ୍ଜାବ ସରକାରରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଦ୍ଧୁ ଦିଲ୍ଲୀକୁ କୋରୋନା ବିସ୍ତାର ପାଇଁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀ ଯୋଗୁଁ ହରିୟାଣାରେ କୋରୋନା ସ୍ଥିତି ନିୟନ୍ତ୍ରଣ କରାଯାଇ ପାରୁନି ଓ ଦିଲ୍ଲୀ ଏହାର ପରିସ୍ଥିତିକୁ ସମ୍ଭାଳିବାରେ ଅସମର୍ଥ ।

ସେ ପୁଣି କହିଛନ୍ତି, ଯଦି ଆବଶ୍ୟକ ହୁଏ ତେବେ ଦିଲ୍ଲୀରୁ ପଞ୍ଜାବକୁ ଆସୁଥିବା ଯାନବାହନ ଚଳାଚଳ ବନ୍ଦ କରାଯିବ ଓ ଦିଲ୍ଲୀକୁ ପଞ୍ଜାବ ସହ ସଂଯୋଗ କରୁଥିବା ହରିୟାଣାର ସୀମା ମଧ୍ୟ ସିଲ୍ କରାଯିବ। ପଞ୍ଜାବ ସରକାରଙ୍କ ମୁଖପାତ୍ର ରାଜକୁମାର ୱେର୍କା ଆଖପାଖ ରାଜ୍ୟଗୁଡିକର କୋରୋନା ପରିସ୍ଥିତି ପାଇଁ ଦିଲ୍ଲୀକୁ ଦାୟୀ କରି ଦିଲ୍ଲୀ ମଡେଲକୁ ସମ୍ପୂର୍ଣ୍ଣ ଅସଫଳ ବୋଲି କହିଛନ୍ତି ।

ପଞ୍ଜାବରେ ମୋଟ କୋରୋନା ରୋଗୀ 4627, ଏଥିମଧ୍ୟରୁ 113 ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ୍ ମାମଲା 1415 ରହିଛି । ଏଥି ସହିତ, ହରିୟାଣାର ମୋଟ ମାମଲା 12 ହଜାର 10, ଯେଉଁଥିରେ 188 ଜଣଙ୍କର ମୃତ୍ୟୁ ଘଟିଛି ଓ 4897 ଟି ଆକ୍ଟିଭ୍ ମାମଲା ରହିଛି। ଏଥି ସହିତ ଦିଲ୍ଲୀର ମୋଟ ରୋଗୀଙ୍କ ସଂଖ୍ୟା 70 ହଜାରରୁ ଅଧିକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.