ଚଣ୍ଡିଗଡ: ଆସନ୍ତା 2 ବର୍ଷରେ ରାଜ୍ୟର ବିଭିନ୍ନ ବିଭାଗରେ ଲକ୍ଷେ ଯୁବପୀଢିଙ୍କୁ ନିଯୁକ୍ତି ଦେବେ ପଞ୍ଜାବ ସରକାର । ସରକାର ଗଢିବାର 3 ବର୍ଷ ପୂରଣ ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗଣମାଧ୍ୟମକୁ ସମ୍ବୋଧନ କରି ଏ ନେଇ ଘୋଷଣା କରିଛନ୍ତି ।
ସୋମବାର ଅମରିନ୍ଦର ସିଂ କହିଛନ୍ତି ଯେ, ତାଙ୍କ ସରକାର ରାଜ୍ୟର ଯୁବପୀଢିଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପୋଲିସ ସମେତ ବିଭିନ୍ନ ସରକାରୀ ବିଭାଗରେ ଚାକିରି ଯୋଗାଇବ ।
ବିଦ୍ୟୁତ୍ ଶୁଳ୍କ ଏବଂ ପରିବହନ କ୍ଷେତ୍ର ସମ୍ପର୍କରେ ମଧ୍ୟ ସିଂ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଘରୋଇ ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ୍ ଶୁଳ୍କରେ ଆଶ୍ବସ୍ତି ପାଇବାକୁ ଯୋଗ୍ୟ ଥିବାବେଳେ ପଞ୍ଜାବ ସରକାର ଏହି ଶୁଳ୍କକୁ ଯୁକ୍ତିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ ବିଦ୍ୟୁତ ନିୟାମକ-ପଞ୍ଜାବ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଅନୁମୋଦନ ପରେ ନୂଆ ବିଦ୍ୟୁତ୍ ଶୁଳ୍କର ଅନ୍ତିମ ବିବରଣୀକୁ ଦିଆଯାଇପାରିବ ବୋଲି ସିଂ କହିଛନ୍ତି ।
ସେହିଭଳି ପରିବହନ କ୍ଷେତ୍ର ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପରିବହନ ବ୍ୟବସାୟକୁ ବିମୁଦ୍ରୀକରଣ କରିବା ପାଇଁ ତାଙ୍କ ସରକାର ଖୁବ୍ ଶୀଘ୍ର ମିନି ବସ୍ ପାଇଁ 5000 ନୂତନ ଅନୁମତି ପ୍ରଦାନ କରିବ । ଏହା ବ୍ୟତୀତ ସାଧାରଣ ବସରେ ରୋଡ ଟ୍ୟାକ୍ସ ହ୍ରାସ ହେବ ବୋଲି ସେ ଘୋଷଣା କରିଛନ୍ତି।
ପିଟିଆଇ