ଚଣ୍ଡୀଗଡ: କୋରୋନା ଭାଇରସ(କୋଭିଡ-19)କୁ ବେଶ ତତ୍ପର ହୋଇ ଉଠିଛନ୍ତାତି ପଞ୍ଜାବ ସରକାର। ସେଥିପାଇଁ କୋରୋନା ଚିହ୍ନଟ ଓ ଥଇଥାନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ ପ୍ରକାଶ କରିଛନ୍ତି ।
ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ‘କୋଭିଡ-19 ଭୟଙ୍କର ରୂପ ଧାରଣ କରୁଛି। ରାଜ୍ୟରେ ଏହାକୁ ବେଶ ଗୁରୁତର ସହ ନିଆଯାଇଛି । ଏଥିପାଇଁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଯାଞ୍ଚରେ ବାଧା ନ ଉପୁଜିବା ପାଇଁ ସରକାରଙ୍କ ପକ୍ଷରୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ’ ରାଜ୍ୟରେ ଏକ ସ୍ବତନ୍ତ୍ର ଟିମ ଏଥିପ୍ରତି ତୀକ୍ଷ୍ଣ ନଜର ରଖିଛି । ଏପର୍ଯ୍ୟନ୍ତ 35 ଜଣ ସନ୍ଧିଗ୍ଧଙ୍କ ରକ୍ତ ନମୁନା ନେଗେଟିଭ ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।
@ANI