ନୂଆଦିଲ୍ଲୀ:ଟ୍ରୋଲର ଶୀକାର ହେବା ପରେ ଚିଡିଗଲେ ସିଦ୍ଧୁ । ପୁଲୱାମା ହମଲା ପରେ ପାକିସ୍ତାନ ସପକ୍ଷରେ ବୟାନବାଜି କରୁଥିବା ନବଜୋତ ସିଂହ ସିଦ୍ଧୁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବାକୁ ଯାଇ ସିଦ୍ଧୁ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଡାଇଲଗ ଭଗବାନଙ୍କ ବାଣୀ ପରି, ଅନ୍ୟ କାହାର ଡାଇଲଗ ଦେଶଦ୍ରୋହୀ ପରି। ହେଲେ ଦିନେ ନରେନ୍ଦ୍ର ମୋଦିଙ୍କ ଉପରେ ସବୁ ସତ ଭାରି ପଡିବ ବୋଲି ସେ କହିଛନ୍ତି। ଏପରିକି କୌଣସି ଟ୍ରୋଲକୁ ମଧ୍ୟ ସେ ଭ୍ରୃକ୍ଷେପ କରୁନଥିବା କହିଛନ୍ତି ସିଦ୍ଧୁ।
पीएम साहब आप का डायलॉग खुद्दारी,
— Navjot Singh Sidhu (@sherryontopp) February 21, 2019 " class="align-text-top noRightClick twitterSection" data="
किसी और का डायलॉग गद्दारी,
सत्य पड़ेगा तुमपे भारी| @narendramodi
नही डरते तुम्हारे भाड़े के ट्रोल से| pic.twitter.com/TjmGjOEMPV
">पीएम साहब आप का डायलॉग खुद्दारी,
— Navjot Singh Sidhu (@sherryontopp) February 21, 2019
किसी और का डायलॉग गद्दारी,
सत्य पड़ेगा तुमपे भारी| @narendramodi
नही डरते तुम्हारे भाड़े के ट्रोल से| pic.twitter.com/TjmGjOEMPVपीएम साहब आप का डायलॉग खुद्दारी,
— Navjot Singh Sidhu (@sherryontopp) February 21, 2019
किसी और का डायलॉग गद्दारी,
सत्य पड़ेगा तुमपे भारी| @narendramodi
नही डरते तुम्हारे भाड़े के ट्रोल से| pic.twitter.com/TjmGjOEMPV
ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବନ୍ଧୁ ସିଦ୍ଧୁ। ବିଭିନ୍ନ ସମୟରେ ପାକ୍ ସପକ୍ଷରେ ସିଦ୍ଧୁ କରିଥାନ୍ତି ବୟାନବାଜି। ପୁଲୱାମା ହମଲା ପରେ ମଧ୍ୟ ଦେଖିବାକୁ ମିଳିଥିଲା ଏପରି କିଛି । କିଛି ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ପାକିସ୍ତାନକୁ ଦୋଷ ଦେବା ଠିକ ନୁହେଁ ବୋଲି କହିଥିଲେ ନବଜୋତ। ଯାହାକୁ ନେଇ ତାଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଥିଲା । ଏପରିକି କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟ ସିଦ୍ଧୁଙ୍କ ଏପରି ବୟାନକୁ ସହଜରେ ଗ୍ରହଣ କରିପାରିନଥିଲେ।