ଶ୍ରୀନଗର: ବର୍ତ୍ତମାନ ଯୁବଗୋଷ୍ଠୀଙ୍କ ମଧ୍ୟରେ ପବଜି ଖେଳ ବେଶ ଲୋକପ୍ରିୟତା ହାସଲ କରିଛି । କିଛି ଯୁବକଙ୍କ ଏହି ଖେଳ ପ୍ରତି ନିଶା ଏତେମାତ୍ରାରେ ବଢୁଛି ଯେ ସେମାନେ ନିଜର କ୍ରୋଧ ନିୟନ୍ତ୍ରଣ ହରାଉଛନ୍ତି । ତେବେ ଜାମ୍ମୁରେ 3 ଜଣ ପବଜି ଖେଳାଳୀ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଜାମ୍ମୁର କ୍ବଜିଆ ଗ୍ରାମରେ ରାଜକୁମାର, ବିକ୍ରମ ଜିତ୍ ଏବଂ ରୋହିତ କୁମାର ନାମକ 3 ଜଣ ଯୁବକ ପବଜି ଖେଳୁଥିଲେ । ସେହି ସମୟରେ ଦଲୀପ ନାମକ ବ୍ୟକ୍ତି ସେମାନଙ୍କୁ ପାଟି ନକରିବାକୁ କହିଥିଲେ । ଯାହାକୁ ନେଇ ତିନି ଜଣ ପବଜି ଖେଳାଳୀ ରାଗିଯାଇ ଦଲିପଙ୍କୁ ମାରପିଟ୍ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦଲିପଙ୍କର ମୃତ୍ୟୁ ଘଟିଛି ।
ଏହି ଘଟଣା ସ୍ପଷ୍ଟ କରୁଛି ଏହି ଖେଳ ଯୁବଗୋଷ୍ଠୀଙ୍କ ଉପରେ କିପରି ଖରାପ ପ୍ରଭାବ ପକାଇଛି । ଏହାପୂର୍ବରୁ ମଧ୍ୟ ଏପରି ବହୁ ଘଟଣା ସାମ୍ନାକୁ ଆସିଛି ।