ବିଶାଖାପାଟଣା: ଫ୍ଲେକ୍ସରେ ଟେନିସ ତାରକା ସାନିଆ ମିର୍ଜାଙ୍କର ଫଟୋ । ହେଲେ ଫଟୋ ତଳେ ଉଲ୍ଲେଖ ରହିଛି ପଦ୍ମଭୂଷଣ, ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାର ଜିତିଥିବା ଧାବିକା ପିଟି ଉଷାଙ୍କ ନାମ । ଜାତୀୟ ଖେଳ ଦିବସରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବିଶାଖାପାଟଣା ସମୁଦ୍ରକୂଳ ରାସ୍ତାରେ ।
ରାଷ୍ଟ୍ରୀୟ କ୍ରୀଡା ଦିବସ ଆୟୋଜନରେ ବିଶାଖାପାଟଣାରେ ଅଧିକାରୀ ସ୍ତରୀୟ ତ୍ରୁଟି ସାମ୍ନାକୁ ଆସିଛି । ଖେଳାଳିଙ୍କ ପ୍ରୋତ୍ସାହନ ପାଇଁ ଓ୍ବାଇଏସଆର ପକ୍ଷରୁ ପୁରସ୍କାର ବିତରଣରେ ଲଗାଯାଇଥିବା ବ୍ୟାନର ତ୍ରୁଟି ପୂର୍ଣ୍ଣ ରହିଛି । ବ୍ୟାନରରେ ସାନିଆ ମିର୍ଜାଙ୍କ ଫଟୋ ତଳେ ପିଟି ଉଷାଙ୍କ ନାମ ଲେଖାଯାଇଛି । ପିଟି ଉଷାଙ୍କ ନାମ ସହିତ ସେ ଜିତି ଥିବା ପଦ୍ମଭୂଷଣ, ପଦ୍ମଶ୍ରୀ ଓ ଅର୍ଜୁନ ଆଓ୍ବାର୍ଡ ଲେଖା ଯାଇଥିବା ସତ୍ତ୍ବେ ସାନିଆ ମିର୍ଜାଙ୍କ ଫଟୋ ଲଗାଯାଇଛି ।
ଏହି ବ୍ୟାନରକୁ ବିଶାଖାପାଟଣା ସମୁଦ୍ରକୂଳ ରାସ୍ତାରେ ପ୍ରଦର୍ଶିତ କରାଯାଇଛି । ତେବେ କ୍ରୀଡା ଦିବସରେ ଏପରି ତ୍ରୃଟି ନେଇ ଖେଳ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।