ETV Bharat / bharat

ଝିଅ ପାଇଁ ଆଗକୁ ବାହାରିଲେ ସ୍ମୃତି ଇରାନୀ - respons

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜ ଝିଅ ପାଇଁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ତାଙ୍କ ଝିଅର ଫଟୋକୁ ନେଇ ସ୍କୁଲର ସହପାଠୀମାନେ ପରିହାସ କରିବା ପରେ ସ୍ମୃତି ଏହି ପୋଷ୍ଟ କରି ଏହାର କଡା ସମାଲୋଚନା କରିଛନ୍ତି ।

ଫାଇଲ ଫଟୋ
author img

By

Published : Jun 22, 2019, 2:09 PM IST

ନୂଆଦିଲ୍ଲୀ: ଝିଅ ପାଇଁ ବାହାରିଲେ ମାଆ । ସେଲ୍ଫି ଫଟୋ ପାଇଁ ସ୍କୁଲରେ ସହପାଠୀଙ୍କ ମଜାକର ଶିକାର ହେବା ପରେ ଝିଅ ସପକ୍ଷରେ ବାହାରିଛନ୍ତି ମାଆ ସ୍ମୃତି ଇରାନୀ । ଯେଉଁମାନେ ତାଙ୍କ ଝିଅକୁ ପରିହାସ କରିଛନ୍ତି, ସେମାନଙ୍କ ପାଇଁ ଇନଷ୍ଟାଗ୍ରାମରେ ଏକ କଡା ପୋଷ୍ଟ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

ସ୍ମୃତି ଲେଖିଛନ୍ତି, ମୁଁ ଗତକାଲି ମୋ ଝିଅର ଏକ ସେଲ୍ଫି ଡିଲିଟ୍ କରି ଦେଇଛି, କାରଣ ଏ.ଝା ନାମକ ଏକ ମୁର୍ଖ ପିଲା ତା ଲୁକ୍‌କୁ ନେଇ ପରିହାସ କରିଥିଲା । ଏହାକୁ ନେଇ ଝିଅ କାନ୍ଦିବା ପରେ ପୋଷ୍ଟଟିକୁ ଡିଲିଟ୍ କରିଦେଇଛନ୍ତି ସ୍ମୃତି ।

ସେ କହିଛନ୍ତି, ମୋ ଝିଅ ଏକ ଭଲ ଖେଳାଳି ସହ ଲିମକା ବୁକ୍ ରେକର୍ଡଧାରୀ ଅଟେ । କରାଟିରେ ଦୁଇ ଦୁଇ ଥର ବିଶ୍ବ ଚାମ୍ପିଅନସିପ୍‌ରେ କାଂସ୍ୟ ପଦକ ମିଳି ସାରିଛି । ତେବେ ବହୁବାର ଲୋକଙ୍କ ହକ୍ ପାଇଁ ଲଢିଛନ୍ତି ସ୍ମୃତି, ଏଥର କିନ୍ତୁ ନିଜ ଝିଅ ପାଇଁ ଆଗକୁ ଆସିଛନ୍ତି । ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.