ETV Bharat / bharat

CAB ନିଆଁରେ ଜଳୁଛି ପୂର୍ବୋତ୍ତର, ଲୁହବୁହା ଗ୍ୟାସ ପ୍ରୟୋଗ କଲା ପୋଲିସ - CAB ନିଆଁରେ ପୂର୍ବୋତ୍ତର

ନାଗରିକତା ସଂଶୋଧନ ବିଲକୁ ନେଇ ପୂର୍ବୋତ୍ତର ରାଜ୍ୟଗୁଡିକରେ ଉଗ୍ରରୂପ ନେଉଛି ବିରୋଧ ପ୍ରଦର୍ଶନ । ଅନେକ ଅଞ୍ଚଳରେ ନିଆଁ ଜଳାଇ ପ୍ରଦର୍ଶନକାରୀ ବିରୋଧ କରୁଛନ୍ତି । ଦିସପୁରରେ ପ୍ରଦର୍ଶନକାରୀମାନେ ଗୋଟିଏ ବସରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ଗୌହାଟୀରେ ପ୍ରଦର୍ଶନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ଛାଡିଛି ପୋଲିସ ।

CAB
CAB ନିଆଁରେ ଜଳୁଛି ପୂର୍ବୋତ୍ତର, ପୋଲିସ ଛାଡିଲା ଲୁହବୁହା ଗ୍ୟାସ
author img

By

Published : Dec 11, 2019, 6:03 PM IST

ହାଇଦ୍ରାବାଦ: ନାଗରିକତା ସଂଶୋଧନ ବିଲକୁ ନେଇ ପୂର୍ବୋତ୍ତର ରାଜ୍ୟଗୁଡିକରେ ପ୍ରଦର୍ଶନ ଏବେ ଉଗ୍ରରୂପ ଧାରଣ କରିଛି । ବୁଧବାର ଏହି ବିଲ ରାଜ୍ୟସଭାରେ ଆଗତ ହେବା ପରଠୁ ପୂର୍ବୋତ୍ତର ରାଜ୍ୟଗୁଡିକରେ ଲୋକଙ୍କ ଆକ୍ରୋଶ ଚରମରେ ପହଞ୍ଚିଛି । ଗୌହାଟୀରେ ପ୍ରଦର୍ଶନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ଛାଡିଛି ପୋଲିସ ।

CAB ନିଆଁରେ ଜଳୁଛି ପୂର୍ବୋତ୍ତର, ପୋଲିସ ଛାଡିଲା ଲୁହବୁହା ଗ୍ୟାସ

ତ୍ରିପୁରା ଓ ଆସାମର ଅନେକ ଅଞ୍ଚଳରେ ମଧ୍ୟ ଛାତ୍ର ସଙ୍ଗଠନ ରାସ୍ତାକୁ ଓହ୍ଲାଇ ବିଲ ବିରୋଧରେ ପ୍ରଦର୍ଶନ ଜାରି ରଖିଛି । ଅନେକ ଅଞ୍ଚଳରେ ନିଆଁ ଜଳାଇ ପ୍ରଦର୍ଶନକାରୀ ବିରୋଧ କରୁଛନ୍ତି । ଦିସପୁରରେ ପ୍ରଦର୍ଶନକାରୀମାନେ ଗୋଟିଏ ବସରେ ନିଆଁ ଲଗାଇ ଦେଇଥିବା ଜଣାପଡିଛି । ସେହିପରି ଗୌହାଟୀ ସଚ୍ଚିବାଳାୟ ପାଖରେ ପୋଲିସ କର୍ମୀଙ୍କ ଉପରେ ପ୍ରଦର୍ଶନକାରୀ ପଥର ଫିଙ୍ଗିଛନ୍ତି । ଗୌହାଟୀ ଏୟାରପୋର୍ଟ ବାହାରେ ହେଉଥିବା ଉଗ୍ର ପ୍ରଦର୍ଶନ ଫଳରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ 20 ମିନିଟ ଯାଏଁ ଫସି ରହିଥିଲେ । ସର୍ବାନନ୍ଦ ତେଜପୁରରୁ ଫେରିବା ପରେ ପ୍ରଦର୍ଶନ ଯୋଗୁଁ ବିମାନବନ୍ଦରରେ ଅଟକି ଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.