ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି । ଏହା ମଧ୍ୟରେ ଆଜି(ଗୁରୁବାର) ମୁମ୍ବାଇର କ୍ରାନ୍ତି ମୈଦାନରେ CAAକୁ ନେଇ ବିରୋଧ ପ୍ରଦର୍ଶନ କରାଯିବ । ଏଥିରେ ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ସାମିଲ ହେବେ । ଏହି ପ୍ରଦର୍ଶନ ଦିନ 4ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 7 ଯାଏଁ ଜାରି ରହିବ ।
ଅଭିନେତା ଫରହାନ ଅଖତର ଟ୍ବିଟ କରି ଏହାର ସୂଚନା ଦେଇଛନ୍ତି । ଫରହାନ CAA ଓ NRC ବିଷୟରେ ସୂଚନା ଦେବା ସହ ଆନ୍ଦୋଳନର କାରଣ କହିଛନ୍ତି । ଫରହାନଙ୍କ ସହ ଅଭିନେତା ଜାଭେଦ ଜାଫରୀ ମଧ୍ୟ ଟ୍ବିଟ କରିଛନ୍ତି । ଏଥିରେ ଲୋକଙ୍କୁ କ୍ରାନ୍ତି ମୈଦାନ ଆସିବାକୁ ଅନୁରୋଧ କରିଛନ୍ତି ।
ତେବେ ଏଯାବତ୍ ସ୍ବରା ଭାସ୍କର, ରିଚା ଚଡ୍ଡା, ସୟାନୀ ଗୁପ୍ତା, ରେଣୁକା ସାହାଣେ, ହ୍ୟୁମା କ୍ୟୁରେସୀ ଆଦି ନାଗରିକତା ସଂଶୋଧନ ଆଇନ ଉପରେ ନିଜର ମତ ରଖିସାରିଛନ୍ତି । ଏହା ବ୍ୟତୀତ ଜାମିୟା ଛାତ୍ର ଓ ପୋଲିସଙ୍କ ମଧ୍ୟରେ ହୋଇଥିବା ହିଂସାକୁ ନେଇ ମଧ୍ୟ ଟ୍ବିଟ କରିଥିଲେ ସେଲିବ୍ରିଟି ।