ନୂଆଦିଲ୍ଲୀ: ପୁଣି ନାଗରିକତା ସଂଶୋଧନ ଆଇନକୁ ନେଇ ଉଠିଛି ବିରୋଧର ସ୍ବର । ସିଏଏକୁ ନେଇ ଜାମା ମସଜିଦ ବାହାରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ପୂର୍ବରୁ ହୋଇଥଇବା ହିଂସାରେ ପ୍ରଦର୍ଶନକାରୀଙ୍କ ଗିରଫକୁ ନେଇ ଏହି ବିରୋଧ ପ୍ରଦର୍ଶନ ହେଉଛି । ଦିଲ୍ଲୀର ଜୋରାବାଗ ଅଞ୍ଚଳରେ ମଧ୍ୟ ସିଏଏ ବିରୁଦ୍ଧରେ ପଦଯାତ୍ରା ବାହାର କରାଯାଇଛି । ଏହି ପଦଯାତ୍ରା ପ୍ରଧାନମନ୍ତ୍ରୀ ଆବାସ ପର୍ଯ୍ୟନ୍ତ ହେବ ବୋଲି ଜଣା ପଡିଛି ।
ବିରୋଧକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଡ୍ରୋନ ଯୋଗେ ପ୍ରଦର୍ଶନକାରୀଙ୍କ ଉପରେ କଡା ନଜର ରଖାଯାଇଛି । ପୂର୍ବରୁ ସିଏଏ ବିରୋଧରେ ହୋଇଥିବା ହିଂସାରେ ପ୍ରଦର୍ଶନକାରୀ ପୋଲିସକୁ ପଥର ଫିଙ୍ଗିବା ସହ ଗାଡି ମଟର ଜାଳି ଦେଇଥିଲେ ।