ETV Bharat / bharat

ଜଳୁଛି ଉତ୍ତର-ପୂର୍ବ, ଅନିଶ୍ଚିତକାଳ ପାଇଁ କର୍ଫ୍ୟୁ ଜାରି

author img

By

Published : Dec 12, 2019, 10:08 AM IST

Updated : Dec 12, 2019, 11:50 AM IST

ନାଗରିକ ସଂଶୋଧନ ବିଲକୁ ବିରୋଧ । ଉତ୍ତର-ପୂର୍ବ ଭାରତରେ ପ୍ରତିବାଦ ଅଧିକ ବଢିବାକୁ ଲାଗିଛି । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବା ସହ ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି । ଏହାସହ ବର୍ତ୍ତମାନ ପାଇଁ ଆସାମରେ କର୍ଫ୍ୟୁ ଜାରି ରହିଛି ।

Protest in Assam over Citizenship Amendment bill
ଅନିଶ୍ଚିତକାଳ ପାଇଁ କର୍ଫ୍ୟୁ ଜାରି

ଗୌହାଟୀ: ନାଗରିକ ସଂଶୋଧନ ବିଲକୁ ରାଜ୍ୟସଭାରେ ମଞ୍ଜୁରୀ ପରେ ଉତ୍ତର-ପୂର୍ବ ଭାରତରେ ବିରୋଧ ପ୍ରଦର୍ଶନ କରାଯାଉଛି । ଆସାମର ଗୌହାଟୀ, ଦିବ୍ରୁଗଡରେ ବୁଧବାର ଠାରୁ ଅନିଶ୍ଚିତକାଳ ପାଇଁ କର୍ଫ୍ୟୁ ଲଗାଯାଇଛି । ଗୌହାଟୀ ଓ ଜୋରହାଟରେ ସେନା ମୁତୟନ କରିବା ସହ ତ୍ରୀପୁରାରେ ରାଇଫଲଧାରୀ ଯବାନଙ୍କୁ ନିୟୋଜିତ କରାଯାଇଛି । ଏହାସହ ରେଳ ଓ ବିମାନ ଚଳାଚଳ ମଧ୍ୟ ଶୁକ୍ରବାର ଯାଏଁ ରବ୍ଦ କରାଯାଇଛି ।

ଅନିଶ୍ଚିତକାଳ ପାଇଁ କର୍ଫ୍ୟୁ ଜାରି

ଅନ୍ୟପକ୍ଷେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲାଙ୍କୁ ଦିବ୍ରୁଗଡ ସ୍ଥିତ ଘରେ ନଜର ବନ୍ଦୀ କରାଯାଇଥିଲା । ଅନ୍ୟପକ୍ଷେ ଆସାମର ଦୁଲିୟାଜନରେ ପ୍ରଦର୍ଶନକାରୀ, କେନ୍ଦ୍ରମନ୍ତ୍ରୀ ରାମେଶ୍ବର ତେଲୀଙ୍କ ଘରେ ଆକ୍ରମଣ କରିବା ସହ କେତେକ ଆସବାବପତ୍ର ଭାଙ୍ଗି ଦେଇଥିଲେ । ସେପଟେ ଆସାମର ବିଭିନ୍ନ ସ୍ଥାନରେ ସେନା ମୁତୟନ କରାଯାଇଛି । ଭିନ୍ନ ଭିନ୍ନ ସ୍ଥାନ ମାନଙ୍କରେ ହତିଆରଧାରୀ ସେନା ରହିବା ସହ ଫ୍ଲାଗ୍ ମାର୍ଚିଂ କରିଛନ୍ତି ।

ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଆସାମବାସୀଙ୍କୁ ଆଶ୍ବସନା ଦେଇଛନ୍ତି । ଆପଣଙ୍କ ଅଧିକାର, ଅତୁଳନୀୟ ପରିଚୟ ଓ ସୁନ୍ଦର ସଂସ୍କୃତିକୁ କେହି ବି ଛଡାଇ ନେଇ ପାରିବେନାହିଁ । । ଆପଣ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାର କହିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏକ ଟ୍ବିଟ କରି ଅନୁସୂଚି 6 ଅନୁସାରେ, ଆସାମବାସୀଙ୍କୁ ରାଜନୈତିକ, ସାଂସ୍କୃତିକ ଓ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ବଦ୍ଧ ପରିକର ବୋଲି କହିଛନ୍ତି ।

Citizenship Amendment bill
ଅନିଶ୍ଚିତକାଳ ପାଇଁ କର୍ଫ୍ୟୁ ଜାରି

ବୁଧବାର ସନ୍ଧ୍ୟା ସୁଦ୍ଧା 10 ଜିଲ୍ଲାରେ 24 ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଇଣ୍ଟରନେଟ୍ ଜରିଆରେ ଶାନ୍ତି ଭଙ୍ଗ ହୋଇପାରେ ବୋଲି ସୋସିଆଲ ମିଡିଆକୁ ବନ୍ଦ କରାଯାଇଛି । ଅତିରିକ୍ତ ମୁଖ୍ୟ ସଚିବ କୁମାର ସଞ୍ଜୟ କୃଷ୍ଣା ଏକ ସୂଚନା ଜାରି କରିଥିଲେ । ଲକ୍ଷ୍ମୀପୁର, ଧୋମାଜୀ, ତିନସୁକିୟା, ଚରାଇଦେବ୍, ଶିବସାଗର, ଜୋରହାଟ, ଗୋଲାଘାଟ, କାମରୂପ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବ୍ୟାହାତ କରାଯାଇଛି ।

ଗୁରୁବାର ମଧ୍ୟ ଇଣ୍ଟରନେଟ ସେବା ବନ୍ଦ ରହିବ । ଏହାସହ ଆସାମରେ କର୍ଫ୍ୟୁ ଦେଖିବାକୁ ମିଳିଛି । ପୋଲିସ ମହାନିର୍ଦ୍ଦେଶକ ଜ୍ୟୋତି ମହନ୍ତଙ୍କ କହିବାନୁସାରେ, ଗୁରୁବାର ସନ୍ଧ୍ୟା ଯାଏଁ କର୍ଫ୍ୟୁ ଜାରି ରହିଥାନ୍ତା ମାତ୍ର ପରିସ୍ଥିତିକୁ ଧ୍ୟାନରେ ରଖି କର୍ଫ୍ୟୁକୁ ଅନିଶ୍ଚିତକାଳ ପାଇଁ ବୃଦ୍ଧି କରାଯାଇପାରେ ।

ଅନ୍ୟପକ୍ଷେ ତ୍ରୀପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ କହିବାନୁସାରେ, କୌଣସି ସେନା ମୁତୟନ ହୋଇନାହାଁନ୍ତି । କିନ୍ତୁ ବିଏସଏଫ୍, ସିଆରପିଏଫ୍ ଯବାନଙ୍କୁ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ସେପଟେ କଂଗ୍ରେସ ଦଳ ଗୁରୁବାର ତ୍ରୀପୁରା ବନ୍ଦ ଡାକରା ଦେଇଛି । ପ୍ରଦର୍ଶନକାରୀଙ୍କ ମଧ୍ୟ ଅଧିକ ଛାତ୍ର ସଂଗଠନ ହିଁ ସାମିଲ ଅଛନ୍ତି । ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ଆସାମ ପୋଲିସ, ଟିୟର ଗ୍ୟାସ ମଧ୍ୟ ପ୍ରୟୋଗ କରିଛି ।

ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳ ବିଭାଗ, ରେଳ ଚଳାଚଳ ବନ୍ଦ ରଖିଛି । ରେଳ ସମ୍ପର୍କ ଅଧିକାରୀ ସୁଭାନ ଚନ୍ଦାଙ୍କ ବୟାନ ଅନୁସାରେ, ପାଖାପାଖି 31 ରେଳଗାଡିକୁ ବନ୍ଦ କରାଯାଇଛି । ଅନ୍ୟପଟେ ଆସାମର ଦିବ୍ରୁଗଡ ଜିଲ୍ଲାରେ ଥିବା ଛବୁଆ ଓ ପାଣିତୋଳା ରେଳଷ୍ଟେସନକୁ ପ୍ରଦର୍ଶନକାରୀ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି। ଏନେଇ ଦିବ୍ରୁଗଡ ଓ ତିନସୁକିଆ ରେଳଷ୍ଟେସନକୁ ହାଇଆଲର୍ଟରେ ରଖାଯାଇଛି ।

Intro:Body:

testing

Conclusion:
Last Updated : Dec 12, 2019, 11:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.