ETV Bharat / bharat

କୃଷି ବିଲକୁ ନେଇ ଅସନ୍ତୋଷର ନିଆଁ, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ଜାଳିଲେ ଯୁବକ

author img

By

Published : Sep 28, 2020, 10:33 AM IST

କୃଷି ବିଲ ବିରୋଧରେ ଦେଶରେ ଜଳୁଛି ଅସନ୍ତୋଷର ନିଆଁ । ଇଣ୍ତିଆ ଗେଟ ସମ୍ମୁଖରେ ଟ୍ରାକ୍ଟରରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ....

protest at india gate tractor burned by youth
କୃଷି ବିଲ ବିରୋଧରେ ଅସନ୍ତୋଷର ନିଆଁ, ଇଣ୍ତିଆ ଗେଟ ସମ୍ମୁଖରେ ଯୁବକ ଜାଳିଲେ ଟ୍ରାକ୍ଟର

ନୂଆଦିଲ୍ଲୀ: କୃଷି ବିଲ ବିରୋଧରେ ଦେଶରେ ଜଳୁଛି ଅସନ୍ତୋଷର ନିଆଁ । ବିଭିନ୍ନ ସ୍ଥାନରେ ଚାଷୀ ଓ ବିଭିନ୍ନ ସଂଗଠନ ରେଳ ରୋକ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସୋମବାର ସକାଳ ସମୟରେ ଇଣ୍ତିଆ ଗେଟ ସମ୍ମୁଖରେ କିଛି ଯୁବକ ଏକ ଟ୍ରାକ୍ଟରରେ ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବାରୁ ଛତ୍ରଭଙ୍ଗ ଦେଇଥିଲେ । ଏନେଇ ତିଲକ ମାର୍ଗ ପୋଲିସ ଷ୍ଟେସନରେ ଏକ ମାମଲ ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସଂସଦରେ ନୂତନ କୃଷି ବିଲ ପାରିତ ହେବା ପରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରର୍ଦଶନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ 144 ଧାରା ଜାରି କରାଯାଇଛି । ହେଲେ ଏହାକୁ ବେଖାତିର କରି କିଛି ଆନ୍ଦୋଳନକାରୀ ବିକ୍ଷୋଭ କରୁଥିଲେ । ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଆନ୍ଦୋଳନକାରୀମାନେ ପଞ୍ଜାବ କଂଗ୍ରସର କିଛି ଯୁବକ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.