ETV Bharat / bharat

ଲକଡାଉନ 2.0: ଆପଣଙ୍କୁ ସୁସ୍ଥ ରଖିବ ଉପଯୁକ୍ତ ଡାଏଟ

author img

By

Published : Apr 17, 2020, 12:57 AM IST

ବ୍ରେକଫାଷ୍ଟରେ ଖାଦ୍ୟଶସ୍ୟ ଜାତୀୟ ଦ୍ରବ୍ୟ ସାମିଲ କରନ୍ତୁ । ଛତୁଆ, ରାଗି, ଓଟ୍ସ, ରୋଟି ପ୍ରଭୃତି ଖାନା ସହ ଫଳମୂଳ ଗ୍ରହଣ କରନ୍ତୁ । ଅଧିକ ପଢନ୍ତୁ...

ଲକଡାଉନ 2.0: ଆପଣଙ୍କୁ ସୁସ୍ଥ ରଖିବ ଉପଯୁକ୍ତ ଡାଏଟ
ଲକଡାଉନ 2.0: ଆପଣଙ୍କୁ ସୁସ୍ଥ ରଖିବ ଉପଯୁକ୍ତ ଡାଏଟ

ହାଇଦ୍ରାବାଦ: ଘୋଷଣା ହୋଇଛି ଲକଡାଉନ 2.0 । ମେ 3 ଯାଏଁ ବଢିଛି ଅବଧି । ପୁଣି 3 ସପ୍ତାହ ଘରେ ବସିବେ ଲୋକେ । ଫଳରେ ନାନା ପ୍ରକାର ସ୍ବାସାଦୁ ଖାଦ୍ୟର ପୁଣି ଆୟୋଜନ ହେବ । ତେବେ ସବୁଠାରୁ ବଡ କଥା ହେଉଛି ଆପଣ ଏହି ସମୟରେ ବାହାରକୁ ବାହାରୁ ନାହାନ୍ତି କିମ୍ବା କୌଣସି ଶାରୀରିକ କାର୍ଯ୍ୟ କରୁନାହାନ୍ତି ।

ତେଣୁ ଏବେ ନିଜ ଶରୀର ଓ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବା ଉଚିତ । ତେଲ, ମସଲା ଯୁକ୍ତ ଖାଦ୍ୟଠୁ ଦୂରେଇ ରହିବା ଶ୍ରେୟସ୍କର । କାରଣ ଶାରୀରିକ କାର୍ଯ୍ୟ କରୁନଥିବାରୁ ହଜମ ପ୍ରକ୍ରିୟାରେ ବିଳମ୍ବ ଘଟିପାରେ । ଫଳରେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଲକଡାଉନରେ ବାହାରକୁ ଯିବାରେ ମଧ୍ୟ ସହଜ ନୁହେଁ । ତେଣୁ ଡାଏଟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଅସୁବିଧା ହୋଇପାରେ । ଏହି ସମୟରେ ଆପଣ ଘରେ ଥିବା ସାମଗ୍ରୀରେ ସ୍ବାସ୍ଥ୍ୟକର ଡାଏଟ ପ୍ରସ୍ତୁତ କରିପାରିବେ ।

ବ୍ରେକଫାଷ୍ଟରେ ଶସ୍ୟ ଜାତୀୟ ଦ୍ରବ୍ୟ ସାମିଲ କରନ୍ତୁ । ଛତୁଆ, ମାଣ୍ଡିଆ, ଓଟ୍ସ, ରୋଟି ପ୍ରଭୃତି ଖାଇବା ସହ ଫଳମୂଳ ଗ୍ରହଣ କରନ୍ତୁ । ଏଥିରେ ଫାଇବର ଅଧିକ ପରିମାଣର ଥାଏ । ଏହା ଡାଏବେଟିସ ଓ ଓଜନ ହ୍ରାସରେ ସାହାଯ୍ୟ କରେ । ସେହିପରି ମଧ୍ୟାହ୍ନ ଭୋଜନରେ କମ ଖାଆନ୍ତୁ କିନ୍ତୁ ପ୍ରୋଟିନ ଖାଦ୍ୟ ନିଅନ୍ତୁ । ରାଜମାରେ ପ୍ରୋଟିନ ଅଧିକ ଥିବାରୁ ତଡକା ନହେଲେ ଡାଲି ବନାଇପାରିବେ । ଭାତ ସହ ଏହା ଖାଇବା ଦ୍ବାରା କ୍ୟାଲୋରୀ ଅଧିକ ମିଳିଥାଏ । ବିଭିନ୍ନ ପ୍ରକାର ବ୍ୟଞ୍ଜନ ବଦଳରେ ଡାଲିକୁ ତଡକା କିମ୍ବା ମଖନି ଭାବେ ବନାଇପାରିବେ । ଅପରାହ୍ନରେ ଭୋକ ଲାଗିଲେ ସାମାନ୍ୟ ଫଳ କିମ୍ବା ବିସ୍କୁଟ ଜାତୀୟ ଦ୍ରବ୍ୟ ଗ୍ରହଣ କରନ୍ତୁ ।

ଡିନର ଶୀଘ୍ର ଖାଇବାକୁ ଚେଷ୍ଟା କରନ୍ତୁ । ରାତିରେ ଜଲଦି ଖାଆନ୍ତୁ । ଗୋଟିଏ ଦୁଇଟି ରୋଟି, ପରିବା ସନ୍ତୁଳା ବନାଇ ଖାଆନ୍ତୁ । ଭାତ ଖାଉଥିବା ଲୋକ ରାତିରେ ଖେଚୁଡି ବନାଇପାରିବେ । ସେହିପରି ଆମିଷରେ ଆପଣ ଅଣ୍ଡା ଓମଲେଟ ଖାଆନ୍ତୁ । ମାଛ ଓ ମାଂସ ନଖାଇବା ଭଲ । ଯଦି ପାରୁଛନ୍ତି ତେବେ ମାଂସର କେବଳ କଲିଜା ଜାତୀୟ ଦ୍ରବ୍ୟ ଆଣନ୍ତୁ । ଏହାସହ ଧ୍ୟାନ ରଖନ୍ତୁ ଯେପରି ରାତିରେ କୌଣସି ପ୍ରକାର ଗରିଷ୍ଠ ଖାଦ୍ୟ ଗ୍ରହଣ କରିବେନି । ଏହାସହ ତେଲ, ମସଲାଠାରୁ ଏହି ସମୟରେ ଯଥେଷ୍ଟ ଦୂରତା ରକ୍ଷା କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.