ETV Bharat / bharat

ପୂର୍ବତନ ରାଜ୍ୟପାଳ ଡ.ଏସସି ଜମିରଙ୍କୁ ପଦ୍ମଭୂଷଣ

author img

By

Published : Jan 26, 2020, 5:28 PM IST

71 ତମ ଗଣତନ୍ତ୍ର ଦିବସ ଅବସରରେ ଓଡିଶାର ପୂର୍ବତନ ରାଜ୍ୟପାଳ ଡ.ଏସସି ଜମିରଙ୍କୁ ମିଳିଛି ପଦ୍ମଭୂଷଣ ସମ୍ମାନ। କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ ସରକାରଙ୍କୁ ବିଭିନ୍ନ ସମୟରେ ଟାର୍ଗେଟ କରି ଚର୍ଚ୍ଚାରେ ଅଛନ୍ତି ସେ। ଅଧିକ ପଢନ୍ତୁ...

କେନ୍ଦ୍ରର ଆଲୋଚନା ସତ୍ତ୍ବେ ଏସସି ଜମିରଙ୍କୁ ପଦ୍ମଭୂଷଣ

ହାଇଦ୍ରାବାଦ: ଓଡିଶାର ପୂର୍ବତନ ରାଜ୍ୟପାଳ ତଥା ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଏସସି ଜମିରଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି । 71 ତମ ଗଣତନ୍ତ୍ର ଦିବସ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଲୋକସମ୍ପର୍କ କ୍ଷେତ୍ରରେ ଡ. ଜମିରଙ୍କୁ ମିଳିଛି ଏହି ସମ୍ମାନ ।

ଡ.ଏସସି ଜମିର ଉତ୍ତର-ପୂର୍ବ ଭାରତର ଜଣେ ଜଣାଶୁଣା ଆଦିବାସୀ କଂଗ୍ରେସ ନେତା । ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ 5 ଥର ଦାୟିତ୍ବ ନିର୍ବାହ କରିଛନ୍ତି । ସେ 1980ରୁ 1990 ମସିହା ଏହି ଦାୟିତ୍ବ ତୁଲାଇଥିଲେ । ପରେ ପୁଣି 1993ରୁ 2003 ପର୍ଯ୍ୟନ୍ତ ନାଗାରାଣ୍ଡର ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ । ଏହା ପରେ 2004ରୁ 2018 ମଧ୍ୟରେ ଓଡିଶା, ଗୁଜୁରାଟ, ମହାରାଷ୍ଟ୍ର ଓ ଗୋଆ ଆଦି ରାଜ୍ୟରେ ରାଜ୍ୟପାଳ ଭାବେ ମଧ୍ୟ ନିଜର ଦାୟିତ୍ବ ନିର୍ବାହ କରିଛନ୍ତି ଡ. ଜମିର ।

ବିରୋଧି ବିଜେପି ଓ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ ସରକାରଙ୍କ, ବିଭିନ୍ନ ଆଲୋଚନା କରି ଚର୍ଚ୍ଚାରେ ରହୁଥିବାବେଳେ, ତାଙ୍କୁ ପଦ୍ମ ଭୂଷଣ ସମ୍ମାନ ମିଳିବା ଏକ ଆଶ୍ଚର୍ଯ୍ୟ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.