ଡେରାଡୁନ: କୋରୋନା କବଳରେ ସାରା ବିଶ୍ବ । ଏହାର ପ୍ରଭାବ ଭାରତର ବିଭିନ୍ନ ସ୍ଥାନରେ ମଧ୍ୟ ପଡିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଉତ୍ତରାଖଣ୍ଡ ହରିଦ୍ବାର ଜିଲ୍ଲାପାଳ ନେଇଛନ୍ତି ନିଷ୍ପତ୍ତି । ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ ରହିବ ଗଙ୍ଗା ଆରତୀ ।
କୌଣସି ପର୍ଯ୍ୟଟକ ହରିଦ୍ବାରର ହର କି ପୌରୀ ଆସିପାରିବେ ନାହିଁ । କିନ୍ତୁ ଶ୍ରଦ୍ଧାଳୁଙ୍କ ପାଇଁ ଆରତୀର ଲାଇଭ ଷ୍ଟ୍ରିମିଂ କରାଯିବ । ଘରେ ବସି ଭଗବାନଙ୍କ ଆରତୀ ଦେଖିପାରିବେ ଭକ୍ତ । କିନ୍ତୁ କେହି ଯାଇପାରିବେ ନାହିଁ ।
ବର୍ତ୍ତମାନସୁଦ୍ଧା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 151 ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା 3ରେ ପହଞ୍ଚିଲାଣି ।
@ANI