ଚଣ୍ଡିଗଡ:ମହିଳା କଲେଜରେ ପ୍ରେମପାଠ ପଢାଇ ଏବେ ଚର୍ଚ୍ଚାରେ ଅଧ୍ୟାପକ। ଛାତ୍ରୀ ମାନଙ୍କୁ ପାଠ ବହି ପରିବର୍ତ୍ତେ ପ୍ରେମର ଫର୍ମୁଲା ବତାଇବା ପଡିଲା ମହଙ୍ଗା। ଭିଡିଓ ବନାଇ ସୋସିଆଲ ମିଡିଆରେ ଭାଇରାଲ କଲେ ଛାତ୍ରୀ। ହରିୟାଣାର କର୍ଣ୍ଣାଲ ଅଞ୍ଚଳରେ ଘଟିଛି କିଛି ଏଭଳି ଘଟଣା।
ସୂଚନା ଅନୁସାରେ, 6 ମାସ ପାଇଁ କଲେଜକୁ ଡେପ୍ୟୁଟେସନରେ ଆସିଥିଲେ ଅଧ୍ୟାପକ ଜଣକ। ଛାତ୍ରୀଙ୍କ ପାଇଁ ସେଦିନ ପ୍ରେମ ଉପରେ ସ୍ପେଶାଲ କ୍ଲାସ ନେଇଥିଲେ। ପ୍ରେମର ତିନୋଟି ଫର୍ମୁଲା କଳାପଟାରେ ଲେଖି ପିଲାଙ୍କୁ ବୁଝାଇବାକୁ ଲାଗିଥିଲେ।
ତେବେ ଏହି କ୍ଲାସର ସମ୍ପୂର୍ଣ୍ଣ ଭିଡିଓ କରିଥିଲେ କ୍ଲାସରେ ଥିବା ଜଣେ ଛାତ୍ରୀ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ସହ ପ୍ରିନ୍ସପାଲଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ ଛାତ୍ରୀ। ଏହାପରେ ଉକ୍ତ ଅଧ୍ୟାପକ ପିଲାମାନଙ୍କୁ ଲିଖିତ ଭାବେ କ୍ଷମା ମାଗିଥିବା ଜଣାପଡିଛି।