ETV Bharat / bharat

ଗଙ୍ଗା ଯାତ୍ରାରେ ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସ ମହାସଚ୍ଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଚାର ପାଇଁ ଆଜି ଗଙ୍ଗା ଯାତ୍ରା ଆରମ୍ଭ କରିବା ସହ 'ଗଙ୍ଗା କି ବେଟୀ' ପୋଷ୍ଟର ମଧ୍ୟ ରିଲିଜ ମଧ୍ୟ କରିଛନ୍ତି । ଆଜି ପ୍ରୟାଗରାଜର ଛଟନାଗରୁ ବାରାଣାସୀର ଅଶି ଘାଟ ଯାଏଁ 140 କିଲୋମିଟର ଯାତ୍ରା କରିବେ ପ୍ରିୟଙ୍କା ।

ଡିଜାଇନ ଫଟୋ
author img

By

Published : Mar 18, 2019, 1:10 PM IST

ଲକ୍ଷ୍ନୌ: ଆଗକୁ ସାଧାରଣ ନିର୍ବାଚନ । ଏନେଇ ସରଗରମ ରାଜନୀତି। ରାଜନେତାମାନେ ବିଭିନ୍ନ ପ୍ରକାର ରାଜନୈତିକ ପ୍ରଚାରରେ ବ୍ୟସ୍ତ । କଂଗ୍ରେସ ମହାସଚ୍ଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଚାର ପାଇଁ ଆଜି ଗଙ୍ଗା ଯାତ୍ରା ଆରମ୍ଭ କରି ରବିବାର ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ଜନତାଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରିୟଙ୍କା ଗଙ୍ଗା ବାଛିଛନ୍ତି । ଆଜି ପ୍ରୟାଗରାଜର ଛଟନାଗରୁ ବାରାଣାସୀର ଅଶି ଘାଟ ଯାଏଁ 140 କିଲୋମିଟର ଯାତ୍ରା କରିବେ ପ୍ରିୟଙ୍କା।
ତେବେ ପ୍ରିୟଙ୍କାଙ୍କ କହିବା ଅନୁସାରେ, 'ଗଙ୍ଗା ସତ୍ୟତା ଓ ସମତାର ପ୍ରତୀକ, ଏଠାରେ ନାହିଁ ଭେଦଭାବ। ଉତ୍ତରପ୍ରଦେଶର ସାହାରା ଗଙ୍ଗା। ମୁଁ ଗଙ୍ଗାର ସାହାର ନେଇ ମୋ ଜନତାଙ୍କ ନିକଟରେ ପହଞ୍ଚିବି ।'

ଏହାସହ ପ୍ରିୟଙ୍କା ଜନତାଙ୍କୁ ସାକ୍ଷାତ କରିବା ପାଇଁ ଜଳପଥ, ବସ , ଟ୍ରେନ ଏବଂ ପଦଯାତ୍ରା କରିବେ ବୋଲି କହିଛନ୍ତି। ପ୍ରିୟଙ୍କା କ୍ରମାଗତ ଭାବେ ଲକ୍ଷ୍ନୌ ଗସ୍ତରେ ରହିଛନ୍ତି। ଗଣମାଧ୍ୟମ, କୃଷକ,ଅଙ୍ଗନୱାଡି କର୍ମୀ,ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଦଳର କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କ ସହ ସାକ୍ଷାତ କରିଛନ୍ତି ।

Intro:Body:

ନୂଆଦିଲ୍ଲୀ: ପିଏମ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବାବେଳେ ନିକଟରେ ରିଲିଜ ହେବାକୁ ଥିଲା ଫିଲ୍ମର ଦ୍ବିତୀୟ ପୋଷ୍ଟର । ଆଉ ଏହି ପୋଷ୍ଟରକୁ ଆଜି ଦିଲ୍ଲୀଠାରେ ରିଲିଜ କରିଥାନ୍ତେ ବିଜେପି ରାଷ୍ଟ୍ରିୟ ଅଧକ୍ଷ ଅମିତ ଶାହ। । କିନ୍ତୁ ଗତକାଲି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ହେବାପରେ ନିର୍ମାତା ଫିଲ୍ମର ଏହି ପୋଷ୍ଟର ରିଲିଜକୁ କରିଛନ୍ତି ସ୍ଥଗିତ...

ପ୍ରକାଶ ଥାଉକି, 63 ବର୍ଷିୟ ମନୋହର ପାରିକର ଦୀର୍ଘଦିନରୁ ଅଗ୍ନାଶେୟ କ୍ୟାନ୍ସରରେ ପିଡୀତ ଥିଲେ । ମନୋହରଙ୍କ ମୃତ୍ୟୁ ଖବର ପାଇ ଫିଲ୍ମନିର୍ମାତା ସୋସିଆଲ ମିଡିଆ ମାଧ୍ୟମରେ ଲେଖିଛନ୍ତି, 'ଫିଲ୍ମ 'ପିଏମ ନରେନ୍ଦ୍ର ମୋଦି' ବାୟୋପିକର ଦ୍ବିତୀୟ ପୋଷ୍ଟର ଯାହାକି ମାର୍ଚ୍ଚ 18ତାରିଖ ଦିନ 10.30ବାଜି ରିଲିଜ ହେବାର ଥିଲା, ତାହା ଗୋଆ ମୁଖ୍ୟମନ୍ତ୍ରୀ  ମନୋହର ପାରିକରଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ହୋଇଛି । ସ୍ଥଗିତ ପାଇଁ କ୍ଷମା କରିବେ । ଏହି ଦୁଖଃଦ ମୁହୂର୍ତ୍ତରେ ତାଙ୍କ ପରିବାରକୁ ହାର୍ଦ୍ଦିକ ସମ୍ବେଦନା । ମନୋହରଙ୍କ ଆତ୍ମାର ସଦଗତି ହେଉ।'

ତେବେ ନିର୍ମାତା ଏପର୍ଯ୍ୟନ୍ତ ଫିଲ୍ମର ଏହି ଦ୍ବିତୀୟ ପୋଷ୍ଟର ରିଲିଜର ତାରିଖ ଘୋଷଣା କରିନାହାଁନ୍ତି । ମୋଦିଙ୍କ ଏହି ବାୟୋପିକଟି ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ମାତା ଉମଙ୍ଗ କୁମାରଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ଏସ. ସିଂହ, ଆନନ୍ଦ ପଣ୍ଡିତ ଓ ସୁରେଶ ଓବରୟଙ୍କ ଦ୍ବାରା ପ୍ରଯୋଜିତ । ମୋଦିଙ୍କ ଭୂମିକାରେ ନଜର ଆସିବେ ଅଭିନେତା ବିବେକ ଓବରୟ । ବିବେକଙ୍କ ଛଡା ଫିଲ୍ମରେ ଦର୍ଶନ କୁମାର, ବୋମନ ଇରାନା, ଜରିନା ୱାହବ ଓ ବର୍ଖା ବିଶଟ ସେନଗୁପ୍ତା ଆଦି ନଜର ଆସିବେ । ଫିଲ୍ମଟି ଏପ୍ରିଲ 12ତାରିଖରେ ରିଲିଜ ହେବ ।  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.