ETV Bharat / bharat

କେନ୍ଦ୍ରକୁ ପ୍ରିୟଙ୍କାଙ୍କ ଟାର୍ଗେଟ: 6 ମାସ ପୂର୍ବେ ଆର୍ଥିକ ସୁନାମି ନେଇ ଅବଗତ କରାଇଥିଲେ ରାହୁଲ୍ - କେନ୍ଦ୍ରକୁ ପ୍ରିୟଙ୍କାଙ୍କ ଟାର୍ଗେଟ

କୋରୋନା ସଙ୍କଟ ଓ ଏହି କାରଣରୁ ବିଶ୍ବରେ ଲକଡାଉନ୍ ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବେ ହ୍ରାସ କରିଛି । ସୋମବାର ଜିଡିପି ଆକଳନ ପରଠାରୁ କଂଗ୍ରେସ ମୋଦି ସରକାରଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଛି ।

କେନ୍ଦ୍ରକୁ ପ୍ରିୟଙ୍କାଙ୍କ ଟାର୍ଗେଟ
କେନ୍ଦ୍ରକୁ ପ୍ରିୟଙ୍କାଙ୍କ ଟାର୍ଗେଟ
author img

By

Published : Sep 1, 2020, 1:07 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ଓ ଏହି କାରଣରୁ ବିଶ୍ବରେ ଲକଡାଉନ୍ ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବେ ହ୍ରାସ କରିଛି । ସୋମବାର ଜିଡିପି ଆକଳନ ପରଠାରୁ କଂଗ୍ରେସ ମୋଦି ସରକାରଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଛି । ମଙ୍ଗଳବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଣି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ପ୍ରିୟଙ୍କା କହିଛନ୍ତି ଯେ ରାହୁଲ ଗାନ୍ଧୀ 6 ମାସ ପୂର୍ବରୁ ଆସୁଥିବା ଆର୍ଥିକ ସୁନାମୀ ବିଷୟରେ ଅବଗତ କରାଇଥିଲେ ।

ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ବିଟ୍ କରି ଲେଖିଛନ୍ତି, ‘6 ମାସ ପୂର୍ବରୁ ରାହୁଲ ଗାନ୍ଧୀ ଆର୍ଥିକ ସୁନାମି ବିଷୟରେ କହିଥିଲେ । କୋରୋନା ସଙ୍କଟ ସମୟରେ ହାତୀ ଦାନ୍ତ ଦେଖାଇବା ପରି ଏକ ପ୍ୟାକେଜ୍ ଘୋଷଣା କରାଯାଇଥିଲା, କିନ୍ତୁ ଆଜି ସ୍ଥିତି ଅନ୍ୟ ଆଡକୁ ଗତି କରିଛି । ଜିଡିପି @-23.9%, ବିଜେପି ସରକାର ଅର୍ଥନୀତିକୁ ହ୍ରାସ କରିଦେଇଛନ୍ତି ’ ।

ପ୍ରିୟଙ୍କା ଗାନ୍ଧୀଙ୍କ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ସଂଖ୍ୟା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଥିଲେ । ରାହୁଲ ଟ୍ବିଟ୍ କରି ଲେଖିଛନ୍ତି ଯେ ଜିଡିପି 24 ପ୍ରତିଶତ ହ୍ରାସ ପାଇଛି । ସ୍ବାଧୀନ ଭାରତ ଇତିହାସରେ ସବୁଠାରୁ ବଡ ହ୍ରାସ । ସରକାର ପ୍ରତ୍ୟେକ ଚେତାବନୀକୁ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରିୟଙ୍କା-ରାହୁଲଙ୍କ ବ୍ୟତୀତ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ମଧ୍ୟ ମୋଦି ସରକାର ଉପରେ ଆକ୍ରମଣାତ୍ମକ ଆକ୍ରମଣ କରିଥିଲେ ।

ସେ ଲେଖିଛନ୍ତି, ‘ମୋଦି ଜୀ, ଯାହାକୁ ତୁମେ ‘ମାଷ୍ଟର ଷ୍ଟ୍ରୋକ୍’ ବୋଲି କହୁଛନ୍ତି, ତାହା ପ୍ରକୃତରେ ଏକ ‘ବିପର୍ଯ୍ୟୟ’! ବିମୁଦ୍ରୀକରଣ, ଭୁଲ ଜିଏସଟ ଓ ଲକଡାଉନ୍’ । କଂଗ୍ରେସର ପୂର୍ବତନ ଆଇଟି ସେଲ୍ ମୁଖ୍ୟ ଦିବ୍ୟା ସ୍ପନ୍ଦନା ମଧ୍ୟ ଟ୍ବିଟ୍ କରି ଲେଖିଛନ୍ତି ଯେ ଭାରତୀୟ ଅର୍ଥନୀତି ଏହାର ଖରାପ ପର୍ଯ୍ୟାୟରେ ଗତି କରୁଛି । ଅର୍ଥନୀତି ପୂର୍ବରୁ ଧୀର ଥିଲା ଓ ପରେ କୋରୋନା ଏହାକୁ ସମ୍ପୂର୍ଣ୍ଣ ବୁଡେଇଦେଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.