ETV Bharat / bharat

ଜଣେ ଅଣ-ଗାନ୍ଧୀ କଂଗ୍ରେସ ସଭାପତି ହେବା ଉଚିତ: ପ୍ରିୟଙ୍କା

ପ୍ରିୟଙ୍କା ଗାନ୍ଧୀ ଦଳର ନେତୃତ୍ବରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। ଜଣେ ଅଣ-ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ଭାବରେ ନିଯୁକ୍ତ କରିବାର ରାହୁଲ ଗାନ୍ଧୀଙ୍କ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ।

ପ୍ରିୟଙ୍କା ଗାନ୍ଧୀ
ପ୍ରିୟଙ୍କା ଗାନ୍ଧୀ
author img

By

Published : Aug 19, 2020, 4:01 PM IST

ନୂଆଦିଲ୍ଲୀ: କଂଗ୍ରେସରେ ନେତୃତ୍ବକୁ ନେଇ ଉପୁଜିଥିବା ସଙ୍କଟ ମଧ୍ୟରେ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବଡ ବୟାନ ଦେଇଛନ୍ତି । ପ୍ରିୟଙ୍କା ଗାନ୍ଧୀ ଦଳର ନେତୃତ୍ବରେ ଏକ ବଡ଼ ଧରଣ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି। ଜଣେ ଅଣ-ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ଭାବରେ ନିଯୁକ୍ତ କରିବାର ରାହୁଲ ଗାନ୍ଧୀଙ୍କ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ।

ରାହୁଲ ଗାନ୍ଧୀ ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ ଏବଂ ଜଣେ ଅଣ-ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରାଯିବା ଉଚିତ୍ ବୋଲି ସେ କହିଥିଲେ। ତେବେ ପ୍ରିୟଙ୍କା ଗାନ୍ଧୀ ରାହୁଲ ଗାନ୍ଧୀଙ୍କ ଏହି ଚିନ୍ତାଧାରାକୁ ସମର୍ଥନ କରିଛନ୍ତି । ରାହୁଲ ଗାନ୍ଧୀ ଏହି ପଦରୁ ଇସ୍ତଫା ଦେବା ପରେ ଜଣେ ଅଣ-ଗାନ୍ଧୀ ଦଳର ନେତୃତ୍ବ ନେବା ଉଚିତ୍ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

କଂଗ୍ରେସର ସାଧାରଣ ସମ୍ପାଦକ ଏନେଇ କହିଛନ୍ତି, 'ଆମ ମଧ୍ୟରୁ କେହି ବି ଦଳର ସଭାପତି ହେବା ଉଚିତ ନୁହେଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ମୁଁ ତାଙ୍କ ସହ ସମ୍ପୂର୍ଣ୍ଣ ଭାବେ ସହମତ। ଦଳ ମଧ୍ୟ ଏହାର ରାସ୍ତା ଖୋଜି ବାହାର କରିବା ଉଚିତ୍ ବୋଲି ମୁଁ ଭାବୁଛି ।'

କଂଗ୍ରେସ ନେତା ହର୍ଷ ଶାହା ଏବଂ ପ୍ରଦୀପ ଚିବରଙ୍କ ଦ୍ବାରା ପ୍ରକାଶିତ ଏକ ପୁସ୍ତକ ପାଇଁ ଦେଇଥିବା ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ସେ କହିଛନ୍ତି, କଂଗ୍ରେସରେ ବହୁ ସଂଖ୍ୟାରେ ଲୋକ ଅଛନ୍ତି ଯେଉଁମାନେ ଦଳର ନେତୃତ୍ବ ନେବାକୁ ସକ୍ଷମ । ମୁଁ ଜଣେ ଅଣ-ଗାନ୍ଧୀଙ୍କୁ 'ବସ୍' ଭାବରେ ଗ୍ରହଣ କରିବୁ। ଯଦି ଦଳର ସଭାପତି ଆସନ୍ତାକାଲି ମୋତେ କୁହନ୍ତି ଯେ ସେ ମୋତେ ଉତ୍ତରପ୍ରଦେଶରେ ଚାହାଁନ୍ତି ନାହିଁ, ସେ ମୋତେ ଆଣ୍ଡାମାନ ଏବଂ ନିକୋବରରେ ଚାହାଁନ୍ତି, ତେବେ ମୁଁ ଆନନ୍ଦରେ ଆଣ୍ଡାମାନ ଏବଂ ନିକୋବର ଯିବି ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି।

2019 ଲୋକସଭା ନିର୍ବାଚନରେ ​​ଦଳର ଶୋନଚୀନ ପରାଜୟକୁ ନେଇ ରାହୁଲ ଗାନ୍ଧୀ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସୋନିଆ ଗାନ୍ଧୀଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ତେବେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ କରିବାକୁ ଗତ ସପ୍ତାହରେ ଦଳ ଭିତରେ ଦାବି ଉଠିଥିଲା ।

ନିକଟରେ ଦଳରୁ ବହିଷ୍କୃତ ହୋଇଥିବା ପୂର୍ବତନ କଂଗ୍ରେସର ମୁଖପାତ୍ର ସଞ୍ଜୟ ଜୈନ ଦାବି କରିଥିଲେ ଯେ, ପ୍ରାୟ 100 ଜଣ କଂଗ୍ରେସ କର୍ମୀ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ରାଜନୈତିକ ନେତୃତ୍ବରେ ପରିବର୍ତ୍ତନ ଏବଂ ସ୍ବଚ୍ଛ ନିର୍ବାଚନ ପାଇଁ ଦାବି କରିଛନ୍ତି । ତେବେ ପ୍ରିୟଙ୍କା ଗାନ୍ଧୀଙ୍କ ଏହି ମନ୍ତବ୍ୟ ଜୈନଙ୍କ କଥାକୁ ଠିକ୍‌ ବୋଲି ଦର୍ଶାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.