ETV Bharat / bharat

ଏଣିକି ଇସ୍ରୋର ସୁବିଧା ପାଇପାରିବେ ଘରୋଇ ସଂସ୍ଥା: କେନ୍ଦ୍ରମନ୍ତ୍ରୀ

author img

By

Published : Jun 10, 2020, 3:27 PM IST

ଏବେ କେନ୍ଦ୍ର ସରକାର ବେସରକାରୀ କ୍ଷେତ୍ରକୁ ଇସ୍ରୋର ସୁବିଧା ବ୍ୟବହାର ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି କରିଛି । କେନ୍ଦ୍ରର ଏହି ନିଷ୍ପତ୍ତି ଯୋଗୁଁ ଅନ୍ତରୀକ୍ଷ କ୍ଷେତ୍ରରେ ଦେଶକୁ ଲାଭ ମିଳିବ । ଅଧିକ ପଢନ୍ତୁ...

'ଘରୋଇ କ୍ଷେତ୍ରକୁ ଇସ୍ରୋର ସୁବିଧା ଲାଭ ପାଇଁ ଦିଆଯିବ ଅନୁମତି'

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ମଙ୍ଗଳବାର କହିଛନ୍ତି ଯେ, ବେସରକାରୀ ବା ଘରୋଇ କ୍ଷେତ୍ରକୁ ଇସ୍ରୋ (ISRO) ସୁବିଧା ବ୍ୟବହାର କରିବାକୁ ଅନୁମତି ଦିଆଯିବ । ଉପଗ୍ରହ, ଉତକ୍ଷେପଣ ଏବଂ ମହାକାଶ ଭିତ୍ତିକ ସେବା କ୍ଷେତ୍ରରେ ସେମାନଙ୍କୁ ସମାନ ସୁଯୋଗ ଦିଆଯିବ। କିଛି ଦିନ ପୂର୍ବରୁ ବେସରକାରୀ ସଂସ୍ଥାକୁ ଏହି କ୍ଷେତ୍ର ଖୋଲିବାକୁ ଘୋଷଣା କରାଯାଇଥିଲା।

ଜିତେନ୍ଦ୍ର ସିଂ କହିଛନ୍ତି, ଉପଗ୍ରହ ଅନୁସନ୍ଧାନ ଏବଂ ବାହ୍ୟ ମହାକାଶ ଭ୍ରମଣର ଭବିଷ୍ୟତ ପ୍ରକଳ୍ପଗୁଡିକ ଘରୋଇ କ୍ଷେତ୍ର ପାଇଁ ଖୋଲା ରହିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜିତେନ୍ଦ୍ର ସିଂ ରାଷ୍ଟ୍ରମନ୍ତ୍ରୀ ଅଟନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମହାକାଶ ବିଭାଗ ଏବଂ ପରମାଣୁ ଶକ୍ତି ବିଭାଗର କାର୍ଯ୍ୟକାରିତାକୁ ତଦାରଖ କରେ ।

କିଛି ଦିନ ପୂର୍ବରୁ ସରକାର ଏହି କ୍ଷେତ୍ରକୁ ଘରୋଇ ସଂସ୍ଥା ପାଇଁ ଖୋଲିଥିବା ବେଳେ, ଏହି ସମୟରେ ଜିତେନ୍ଦ୍ର ସିଂଙ୍କ ଏପରି ମନ୍ତବ୍ୟ ଆସିଛି । ସେ କହିଛନ୍ତି 'ବେସରକାରୀ କ୍ଷେତ୍ରକୁ ଏହାର ସାମର୍ଥ୍ୟରେ ଉନ୍ନତି ଆଣିବା ପାଇଁ ଇସ୍ରୋର ସୁବିଧା ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସମ୍ପତ୍ତି ଗୁଡିକର ବ୍ୟବହାର କରିବାକୁ ଅନୁମତି ଦିଆଯିବ' ।

ସେ କହିଛନ୍ତି ଯେ, କୋରୋନା ଭାଇରସ ଯୋଗୁଁ ମାନବ ମହାକାଶ ମିଶନ 'ଗଗନୟାନ' ପାଇଁ ଚାରି ଜଣ ମହାକାଶଚାରୀଙ୍କ ପ୍ରଶିକ୍ଷଣ ପ୍ରଭାବିତ ହୋଇଥିଲା। ସେମାନେ ଋଷରେ ତାଲିମ ନେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.