ETV Bharat / bharat

କୋରୋନା କାଳରେ ପାଠପଢା, ୟୁପି ବେସରକାରୀ ବିଦ୍ୟାଳୟର ବେଖାତିର ମନୋଭାବ

author img

By

Published : Aug 19, 2020, 7:31 AM IST

କୋରୋନା କାଳରେ ସବୁଠୁ ଝୁଲୁଛି ତାଲା। ଶିକ୍ଷାନୁଷ୍ଠାନ ଗୁଡିକ ଦୀର୍ଘ ଦିନ ହେବ ସଚଡାଉନ ରହିଛି। ତେବେ ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନକୁ ଉଲ୍ଲଙ୍ଘନ କରି ଲକ୍ଷ୍ନୌ ଜାଲାଉନ ଏକ ବେସରକାରୀ ବିଦ୍ୟାଳୟ ସ୍କୁଲରେ ପାଠପଢା ଆରମ୍ଭ କରିଛି।

କୋରୋନା କାଳରେ ପାଠପଢା, ୟୁପି ବେସରକାରୀ ବିଦ୍ୟାଳୟର ବେଖାତିର ମନୋଭାବ
କୋରୋନା କାଳରେ ପାଠପଢା, ୟୁପି ବେସରକାରୀ ବିଦ୍ୟାଳୟର ବେଖାତିର ମନୋଭାବ

ଲକ୍ଷ୍ନୌ: କୋରୋନା କାଳରେ ସବୁଠୁ ଝୁଲୁଛି ତାଲା। ଶିକ୍ଷାନୁଷ୍ଠାନ ଗୁଡିକ ଦୀର୍ଘ ଦିନ ହେବ ସଚଡାଉନ ରହିଛି। ଏହାସହ କେବେ ସ୍କୁଲ ଖୋଲିବ ଓ ପିଲାଏ ପାଠ ପଢିବେ ସେନେଇ ସରକାର କୌଣସି ସ୍ବଚ୍ଛ ବିବୃତ୍ତି ପ୍ରଦାନ କରିନାହାଁନ୍ତି। ସଂକ୍ରମଣ ମାମଲା ବଢୁଥିବା ବେଳେ ଭର୍ଚୁଆଲରେ ଶିକ୍ଷାଦାନ କାର୍ଯ୍ୟ ଜାରି ରହିଛି।

ତେବେ ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନକୁ ଉଲ୍ଲଙ୍ଘନ କରି ଲକ୍ଷ୍ନୌ ଜାଲାଉନ ଏକ ବେସରକାରୀ ବିଦ୍ୟାଳୟ ସ୍କୁଲରେ ପାଠପଢା ଆରମ୍ଭ କରିଛି। ଏହାସହ ବିଦ୍ୟାଳୟକୁ ଆସିଥିବା ପିଲାମାନେ ବିନା ମାସ୍କରେ ବସି ପାଠ ପଢୁଥିବା ବେଳେ ସାମାଜିକ ଦୂରତା ଅବଲମ୍ବନ କରୁନାହାଁନ୍ତି।

ଘଟଣାବ ବିଷୟରେ ବିଏସଏ( ବେସିକ୍ ଶିକ୍ଷା ଅଧିକାରୀ) ପ୍ରେମଚାନ୍ଦ ଖବର ପାଇବା ପରେ ଉକ୍ତ ସ୍କୁଲ ପ୍ରିନ୍ସପାଲଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

''ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରୀ ଓ ବେସରକାରୀ ସ୍କୁଲକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇ ନାହିଁ। ତେଣୁ ଗାଇଡ ଲାଇନକୁ ନମାନି ସ୍କୁଲ ଖୋଲିବା ଅଭିଯୋଗରେ ଉକ୍ତ ସ୍କୁଲର ପ୍ରିନ୍ସପାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମକୁ ସେ ପ୍ରତିକ୍ରିୟା ଦେଇଛନ୍ତି।''

ମାର୍ଚ୍ଚ ମାସରୁ କୋରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ପ୍ରଥମ ଲକଡାଉନ କାର୍ଯ୍ୟକାରୀ ହୋଇଥିଲା। ଏହା ପରଠୁ ଦେଶବ୍ୟାପୀ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.