ଜୟପୁର: ଶହେରୁ ଅଧିକ ବେଡ ଥିବା ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଅତିକମରେ 25 ପ୍ରତିଶତ ବେଡ ସଂରକ୍ଷିତ ରଖିବାକୁ ରାଜସ୍ଥାନ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ବେଡ ଗୁଡିକରେ କୋରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧମାନଙ୍କୁ ଚିକିତ୍ସା ଯୋଗାଇଦିଆଯିବ ବୋଲି ରାଜସ୍ଥାନ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ରାଜସ୍ଥାନରେ ବର୍ତ୍ତମାନ ସୁଦ୍ଧା 24ଜଣ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 22ଜଣ ଭାରତୀୟ ରହିଥିବା ବେଳେ ଅନ୍ୟ 2ଜଣ ବିଦେଶୀ ବୋଲି ଜଣାପଡିଛି । ସେହିପରି ରାଜ୍ୟରେ 3 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି ।
@ANI