ETV Bharat / bharat

କୋରୋନା ମୁକାବିଲା ସମୟରେ ଭାରତର ଜୀବନଶୈଳୀକୁ ପ୍ରିନ୍ସ ଚାର୍ଲ୍ସଙ୍କ ପ୍ରସଂଶା

author img

By

Published : Jul 11, 2020, 6:58 PM IST

ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ କୋରୋନା ଭାଇରସ ମହାମାରୀ ମଧ୍ୟରେ ଭାରତର ସ୍ଥାୟୀ ଜୀବନଶୈଳୀକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଦେଶର ବିବିଧତା ଓ ସ୍ଥିରତା ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ପ୍ରେରଣାଦାୟୀ ଓ ସମସ୍ତଙ୍କୁ ଶିକ୍ଷା ଗ୍ରହଣ କରିବା ଉଚିତ୍।

ଭାରତର ଜୀବନଶୈଳୀକୁ ପ୍ରିନ୍ସ ଚାର୍ଲ୍ସଙ୍କ ପ୍ରସଂଶା

ନୂଆଦିଲ୍ଲୀ: ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ କୋରୋନା ଭାଇରସ ମହାମାରୀ ମଧ୍ୟରେ ଭାରତର ସ୍ଥାୟୀ ଜୀବନଶୈଳୀକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଦେଶର ବିବିଧତା ଓ ସ୍ଥିରତା ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ପ୍ରେରଣାଦାୟୀ ଓ ସମସ୍ତଙ୍କୁ ଶିକ୍ଷା ଗ୍ରହଣ କରିବା ଉଚିତ୍।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇଣ୍ଡିଆ ଗ୍ଲୋବାଲ୍ ୱିକ୍-2020କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଭାରତର ଦର୍ଶନ ଓ ମୂଲ୍ୟବୋଧ ଏକ ସ୍ଥାୟୀ ଜୀବନଶୈଳୀ । ଏହା ମାନବିକତା ଓ ପ୍ରକୃତି ମଧ୍ୟରେ ଥିବା ସମ୍ପର୍କ ଉପରେ ଗୁରୁତ୍ବାରୋପ କରିଛି। ପ୍ରିନ୍ସ ଚାର୍ଲ୍ସ ଏହା ମଧ୍ୟ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ‘ନିରନ୍ତର ଜୀବନଯାପନ’ର ମହତ୍ତ୍ବ ବିଷୟରେ ଅବଗତ ହୋଇଛନ୍ତି ।

ପ୍ରାଚୀନ ଯୋଗ ଧାରଣା ‘ଅପରିଗ୍ରହ’ ବିଷୟରେ ମଧ୍ୟ ସେ କଥା ହୋଇଥିଲେ । ମହାମାରୀ ସମୟରେ ବିଶ୍ବ, ଭାରତଠାରୁ ପ୍ରାଚୀନ ଜ୍ଞାନ ଆହରଣ ଶିଖିଛି । କୋଭିଡ-19 ମହାମାରୀରୁ ବିଶ୍ବ ପୁଣି ନିଜକୁ ପୁନଃଜୀବିତ କରିବାକୁ ଚେଷ୍ଟା କରୁଛି । ଏନେଇ ସେ କହିଛନ୍ତି, ଏହା ହିଁ ପ୍ରକୃତ ସୁଯୋଗ କି ଆମେ ପ୍ରାକୃତିକ, ସାମାଜିକ, ଭୌତିକ ପୁଞ୍ଜିର ବ୍ୟବହାର କରି ଏକ ସ୍ଥାୟୀ ଜୀବନଶୈଳୀ ଆଡକୁ ଗତି କରିବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.