ETV Bharat / bharat

ଜନ୍ମ ଦିନରେ ମୋଦିଙ୍କ 100ରୁ ଊର୍ଦ୍ଧ୍ବ ଟ୍ୱିଟ - ପ୍ରଧାନମନ୍ତ୍ରୀ ଟୁଇଟର ଟ୍ରେଣ୍ଡ

ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 100ରୁ ଅଧିକ ଟ୍ୱିଟ କରି ସମର୍ଥକଙ୍କୁ ପକ୍ଷରୁ ଦିଆଯାଇଥିବା ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଟ୍ୱିଟର ଟପ 10ଟିରୁ 7ଟି ଟ୍ରେଣ୍ଡ ମୋଦିଙ୍କ ନାମରେ ଥିଲା ।

ଡିଜାଇନ ଫଟୋ
author img

By

Published : Sep 18, 2019, 1:56 PM IST

ନୂଆଦିଲ୍ଲୀ: ନିଜ ଜନ୍ମ ଦିନରେ ବ୍ୟସ୍ତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ସକ୍ରିୟ ଥଲେ । ମଙ୍ଗଳବାର ନିଜର ବ୍ୟସ୍ତବହୁଳ କାର୍ଯ୍ୟକ୍ରମରୁ କିଛି ସମୟ ବ୍ୟବହାର କରି ପ୍ରଧାନମନ୍ତ୍ରୀ ମୋଦି ପାଖାପାଖି 100ଟି ଟ୍ୱିଟ କରିଛନ୍ତି।

ସେପ୍ଟେମ୍ବର 16 ରାତିରୁ ଟ୍ୱିଟର ଯୋଗେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଘନ ଘନ ଜନ୍ମଦିନର ଶୁଭେଚ୍ଛା ଆସୁଥିଲା । ତା’ ପରଦିନ ସକାଳେ ଟ୍ୱିଟରରେ ଅନେକ ହ୍ୟାସ୍ଟ୍ୟାଗ(#) ମୋଦିଙ୍କ ନାମରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଥିଲା । କିଛି ସମୟ ମଧ୍ୟରେ ଟ୍ୱିଟରର ଟପ 10ଟିରୁ 7ଟି ଟ୍ରେଣ୍ଡ ମୋଦିଙ୍କ ନାମରେ ଥିଲା । ଟ୍ୱିଟର ବ୍ୟତିତ ଫେସବୁକ ଓ ଇନଷ୍ଟାଗ୍ରାମରେ ମଧ୍ୟ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ମିଳିଥିଲା।

ନିଜର ଏତେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ନିଜ ସମର୍ଥକଙ୍କୁ ନିରାଶ କରିନଥିଲେ। ତାଙ୍କର ସରକାରୀ ଟ୍ୱିଟର ଆକାଉଣ୍ଟ ଉପରେ ଯଦି ନଜର ପକାଯାଏ ତେବେ ପାଖାପାଖି 103 ଟ୍ୱିଟ୍ କରାଯାଇଥିବା ଦେଖିବାକୁ ମିଳିବ।

ଏହାସହ ମୋଦି ତାଙ୍କର କିଛି ସମର୍ଥକଙ୍କୁ ଫଲୋବ୍ୟାକ କରିଥିଲେ। ଅନ୍ୟପକ୍ଷରେ ସେ ନାଗାଲାଣ୍ଡର ଏକ ପିଲା ଦ୍ୱାରା ଜନ୍ମଦିନର ଶୁଭେଚ୍ଛାକୁ ସ୍ବୀକାର କରିବା ସହ ତାକୁ ଧନ୍ୟବାଦ ଜଣାଇଥିଲେ। ନିକଟରେ ଟ୍ୱିଟରରେ ପିଏମ ମୋଦିଙ୍କ ଫଲୋର୍ସ ସଂଖ୍ୟା 50 ମିଲିୟନ ଟପିଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.