ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତ କରିବେ । ଆସନ୍ତା ଫେବୃଆରୀ 16ରେ ମୋଦିଙ୍କ ବାରାଣାସୀ ଗସ୍ତ ରହିଛି । ମୋଦି ନିଜ ଗସ୍ତ ସମୟରେ 30ଟି ପ୍ରକଳ୍ପକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । 1000 କୋଟି ଟଙ୍କା ବ୍ୟୟରେ ଏ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦି ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଠାରେ 430 ଶଯ୍ୟା ବିଶିଷ୍ଟ ସୁପର ସ୍ପେସାଲିଟି ସରକାରୀ ହସ୍ପିଟାଲର ଉଦ୍ଘାଟନ କରିବେ । ଏହାସହ ସେ ଦୀନଦୟାଲ ଉପାଧ୍ୟାୟ ସ୍ମାରକୀ ସେଣ୍ଟରରେ 6.50 କୋଟି ଟଙ୍କା ବ୍ୟୟରେ ନିର୍ମିତ 60 ଫୁଟ ଉଚ୍ଚ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତିକୁ ଉନ୍ନୋଚନ କରିବେ । ସେହିପରି ଚୌକାଘାଟ-ଲେହାରତାରା ଓଭର ବ୍ରିଜର ଉଦ୍ଘାଟନ ସହ ମୋଦି ଏଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ମୋଦି ଆଇଆରସିଟିସିର ମହାକାଳ ଏକ୍ସପ୍ରେସକୁ ଭିଡିଓ କନଫରେନ୍ସ ଯୋଗେଁ ସବୁଜ ପତାକା ଦେଖାଇବେ । ଏହି ଟ୍ରେନଟି ବାରାଣାସୀ, ଉଜ୍ବେନ ଓ ଓମକାରେଶ୍ବର ଆଦି ତିନୋଟି ଧର୍ମସ୍ଥଳୀକୁ ସଂଯୋଗ କରିବ ।
@ANI