ETV Bharat / bharat

କାଶୀ ପ୍ରେମରେ ମୋଦି, ବାବା ବିଶ୍ବନାଥଙ୍କୁ କଲେ ଦର୍ଶନ

author img

By

Published : Nov 30, 2020, 6:38 PM IST

ବାରାଣାସୀ ଗସ୍ତରେ ଆସି କାଶୀ ବିଶ୍ବନାଥ ମନ୍ଦିରରେ ମହାଦେବଙ୍କୁ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

କାଶୀ ପ୍ରେମରେ ମୋଦି, ବାବା ବିଶ୍ବନାଥଙ୍କୁ କଲେ ଦର୍ଶନ
କାଶୀ ପ୍ରେମରେ ମୋଦି, ବାବା ବିଶ୍ବନାଥଙ୍କୁ କଲେ ଦର୍ଶନ

ଲକ୍ଷ୍ନୌ: ବାରାଣାସୀ ଗସ୍ତରେ ଆସି କାଶୀ ବିଶ୍ବନାଥ ମନ୍ଦିରରେ ମହାଦେବଙ୍କୁ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ଦିରର ଶିବଲିଙ୍ଗରେ ତ୍ରିଶାଖା ବେଲପତ୍ର ଦେଇ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ଦିରର ଦର୍ଶନ ପରେ ପିଏମ କାଶୀ ବିଶ୍ବନାଥ କରିଡର ପ୍ରୋଜେକ୍ଟର ତଦାରଖ ମଧ୍ୟ କରିଛନ୍ତି ।

ମହାମାରୀ କୋରୋନା ଲକଡାଉନ ପରେ ପ୍ରଥମ ଥର କାଶୀ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ କେବଳ ଏତର ନୁହେଁ ପ୍ରଧାନମନ୍ତ୍ରୀ ଯେବେ ବି କାଶୀ ଗସ୍ତ କରନ୍ତି, ସେବେ ବାବା ବିଶ୍ବନାଥଙ୍କ ଦର୍ଶନ କରିବାକୁ ଭୁଲନ୍ତି ନାହିଁ । କାଶୀ ଗସ୍ତକୁ ସେ ତୀର୍ଥଯାତ୍ରା ବୋଲି ମନେ କରିଥାନ୍ତି ।

ବାବା ବିଶ୍ବନାଥ ମନ୍ଦିର ପରିଦର୍ଶନ ପୂର୍ବରୁ ପ୍ରଧାନମନ୍ତ୍ରୀ କାଶୀର ଜନସାଧାରଣଙ୍କୁ ଦେବଦୀପାବଳୀର ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବାରାଣାସୀରୁ ହଣ୍ଡିୟା ପର୍ଯ୍ୟନ୍ତ 6 ଲେନ ସଡକର ଲୋକାର୍ପଣ ମଧ୍ୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.