ଦିଲ୍ଲୀ: 86 ବର୍ଷରେ ପାଦ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ । ରବିବାର ମନୋହର ଯୋଶୀଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ମଧ୍ୟ ଯୋଶୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାଜନୀତି, ସାଂସଦ ଓ ମନ୍ତ୍ରୀ ରୂପେ ନିଜ ଲମ୍ବା ଯାତ୍ରା ସମୟରେ ଆମ ଦେଶର ସେବାରେ ଯୋଶୀ ବଡ ଯୋଗଦାନ ଦେଇଥିବା ମୋଦି ନିଜ ଟ୍ବିଟରେ ଲେଖିଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ପୂର୍ବତନ ସାଂସଦ ମୁରଲୀ ମନୋହର ଯୋଶୀଙ୍କ ଜନ୍ମ 1934 ଆଜିର ଦିନରେ ଉତ୍ତରାଖଣ୍ଡର ନୈନୀତାଲରେ ହୋଇଥିଲା । ଯୋଶୀଙ୍କ ସହ କାମ କରିଥିବାରୁ ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି । ଦଳକୁ ମଜବୁତ କରିବାରେ ଯୋଶୀଙ୍କ ଭୂମିକା ମୂଲ୍ୟବନ ଥିବା ମୋଦି କହିଥିବା ବେଳେ ତାଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି ।