ETV Bharat / bharat

ଶିବଙ୍କ ଶରଣରେ ମୋଦି, ରାତିସାରା ଗୁମ୍ଫାରେ କରିବେ ଧ୍ୟାନ - ଶିବ

ପ୍ରଧାନମନ୍ତ୍ରୀ ମୋଦି ଭଗବାନ ଶିବଙ୍କ ଦର୍ଶନ ପାଇଁ କେଦାରନାଥ ଧାମ ପହଁଞ୍ଚିଛନ୍ତି । 12 ହଜାର 2 ଶହ 50 ଫୁଟ ଉଚ୍ଚତାରେ ଥିବା ଗୁମ୍ଫାରେ ମୋଦି ଧ୍ୟାନ ଆରମ୍ଭ କରିଛନ୍ତି । ଗୁମ୍ଫାରେ ମୋଦିଙ୍କ ଧ୍ୟାନ ରବିବାର ସକାଳ ପର୍ଯ୍ୟନ୍ତ ଚାଲିବ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 18, 2019, 9:28 PM IST

କେଦାରନାଥ: ଲୋକସଭା ନିର୍ବାଚନର ଧୂଆଁଧାର ପ୍ରଚାର ପରେ ପ୍ରଧାନମନ୍ତ୍ରୀ ମୋଦି ଭଗବାନ ଶିବଙ୍କ ଦର୍ଶନ ପାଇଁ କେଦାରନାଥ ଧାମରେ ପହଁଞ୍ଚିଛନ୍ତି ।

ପାଖାପାଖି 2 କିଲୋମିଟର ଚାଲିବା ପରେ କେଦାରନାଥ ମନ୍ଦିରରେ ପହଞ୍ଚି ଶିବଙ୍କ ଆରାଧନା କରିବା ସହିତ 12 ହଜାର 2 ଶହ 50 ଫୁଟ ଉଚ୍ଚତାରେ ଥିବା ଗୁମ୍ଫାରେ ଧ୍ୟାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ଗୁରୁଡଚଟ୍ଟିରେ ସାଧନା ପରେ କେଦାରନାଥ ଗୁମ୍ଫାରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଧ୍ୟାନ ।

ଗୁମ୍ଫାରେ ମୋଦିଙ୍କ ଧ୍ୟାନ ରବିବାର ସକାଳ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଥିବା ବେଳେ କୌଣସି ଗଣମାଧ୍ୟମକୁ ଗୁମ୍ଫା ଭିତରକୁ ଯିବାକୁ ଅନୁମତି ମିଳିନାହଁ । ଧ୍ୟାନ ସମୟରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ମୋଦି ହେଲିପ୍ୟାଡରେ ପହଞ୍ଚିବା ପରେ ଚାଲି ଚାଲି ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ମନ୍ଦିର ପରିସରରେ କେଦାରନାଥଙ୍କ ତୀର୍ଥ ପୁରୋହିତଙ୍କ ସ୍ବାଗତ ପରେ ମୋଦି ଗର୍ଭଗୃହରେ ପୂଜାର୍ଚ୍ଚନା ଓ ରୁଦ୍ରାଭିଶେଖ କରିଥିଲେ ।

ପାଖାପାଖି ଅଧଘଣ୍ଟାର ପୂଜାର୍ଚ୍ଚନା ପରେ ମୋଦି ମନ୍ଦିର ପରିକ୍ରମା କରିବା ସହିତ ହାତ ହଲାଇ ଶ୍ରଦ୍ଧାଳୁଙ୍କୁ ଅଭିବାଦନ ଜଣାଇଥିଲେ । ଏଥି ସହ ପ୍ରଧାନମନ୍ତ୍ରୀ କେଦାରନାଥରେ ଚାଲିଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ ।

କେଦାରନାଥଙ୍କ ଆରାଧନା ଓ ଗୁମ୍ଫାରେ ଧ୍ୟନ ପରେ ମୋଦି ରବିବାର ସକାଳୁ ବଦ୍ରିନାଥ ଯିବାର କାର୍ଯ୍ୟକ୍ରମ ରହିଛି ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.