ETV Bharat / bharat

ଅହମ୍ମଦାବାଦ ଅଭିମୁଖେ ମୋଦି

author img

By

Published : Feb 24, 2020, 8:13 AM IST

ସ୍ବତନ୍ତ୍ର ବିମାନ ଯୋଗେ ଭାରତ ଗସ୍ତରେ ବାହାରି ସାରିଛନ୍ତି ଆମେରିକା ରାଷ୍ଟ୍ରପତି । ସେପଟେ ସଜେଇ ହୋଇଛି ସମ୍ପୂର୍ଣ୍ଣ ଅହମ୍ମଦାବାଦ । ଭବ୍ୟ ପ୍ରସ୍ତୁତି ପାଇଁ ସମସ୍ତ ଆୟୋଜନ ସରିଥିବାବେଳେ ରାଜଧାନୀ ଦିଲ୍ଲୀରୁ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

Narendra Modi
Narendra Modi

ଅହମ୍ମଦାବାଦ: ବିଶ୍ବର ବୃହତ ଗଣତନ୍ତ୍ର ଦେଖାଇବ ବିରାଟ ଜନସଭା । ଭବ୍ୟପ୍ରସ୍ତୁତି ସହକାରେ ଅତିଥିଙ୍କୁ ସ୍ବାଗତ କରିବ ଭାରତ । ଦୁନିଆର ଦୁଇ ଲୋକପ୍ରିୟ ଓ ଶକ୍ତିଶାଳୀ ରାଷ୍ଟ୍ରନେତାଙ୍କ ରୋଡ ସୋ ପାଇଁ ଅପେକ୍ଷାରତ ଅହମ୍ମଦାବାଦ । ଯେଉଁଥିପାଇଁ ରାଜଧାନୀ ଦିଲ୍ଲୀରୁ ସ୍ବରାଜ ଗୁଜୁରାଟ ଅଭିମୁଖେ ଉଡ଼ାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେପଟେ ଏପରି ଭବ୍ୟ ଆୟୋଜନ ସହ ଲକ୍ଷାଧିକ ଲୋକଙ୍କ ସ୍ବାଗତ ଦେଖିବାକୁ ଆମେରିକା ରାଷ୍ଟ୍ରପତିଙ୍କ ଉତ୍କଣ୍ଠା ଦ୍ବିଗୁଣିତ ହୋଇଯାଇଛି । ଧର୍ମପତ୍ନୀ ମେଲାନିଆଙ୍କ ସହ ଉଡ଼ାଣ ମଧ୍ୟ ଭରିସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରନେତାଙ୍କ ସ୍ମୃତିରେ ସାଇତି ରହିବା ଭଳି ପ୍ରସ୍ତୁତି କରିଛି ଭାରତ । ଅମମ୍ମଦାବାଦ ବିମାନବନ୍ଦରରୁ ମୋଟେରା ଷ୍ଟାଡ଼ିୟମ । ସବୁଠି ଝଟକୁଛି ମୋଦି-ଟ୍ରମ୍ପଙ୍କ ପୋଷ୍ଟର । ଅନ୍ୟପଟେ ସର୍ବବୃହତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମରେ ମୋଦି-ଟ୍ରମ୍ପଙ୍କ କାର୍ଯ୍ୟକ୍ରମ ରହିଥିବାରୁ କଡ଼ା ସୁରକ୍ଷା ବଳୟରେ ରହିଛି ଅହମ୍ମଦାବାଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.