ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ପ୍ରଗତି ବୈଠକ

ଦ୍ବିତୀୟ ପାଳିରେ ମୋଦି ସରକାର । କ୍ଷମତାରେ ବସିବାର ତିନି ମାସ ପରେ ପ୍ରଧାନମନ୍ତ୍ରୀ ନେଇଛନ୍ତି ପ୍ରଥମ ପ୍ରଗତି ବୈଠକ । ବିଭିନ୍ନ କେନ୍ଦ୍ରୀୟ ଯୋଜନା ବିଷୟରେ ଅଧିକାରୀଙ୍କ ସହ କରିଛନ୍ତି ସମୀକ୍ଷା ବୈଠକ ।

author img

By

Published : Jul 31, 2019, 9:49 PM IST

ଫଟୋ ସୌଜନ୍ୟ: ଏଏନ୍ଆଇ

ନୂଆଦିଲ୍ଲୀ: ମୋଦି ସରକାରର ଦ୍ବିତୀୟ ଇଂନିସରେ ପ୍ରଥମ ‘ପ୍ରଗତି ବୈଠକ’ । ସରକାର ଗଠନ କରିବାର ଦ୍ବିତୀୟ ପାଳିରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦି ବିଭିନ୍ନ କେନ୍ଦ୍ରୀୟ ଯୋଜନା ବିଷୟରେ କରିଛନ୍ତି ସମୀକ୍ଷା ।

ସରକାର ‘ହାଉସିଙ୍ଗ୍ ଫର ଅଲ’ ଯୋଜନା ମାଧ୍ୟମରେ 2022 ସୁଦ୍ଧା ଯୋଗାଇ ଦେବେ ପକ୍କା ଘର । ଦେଶରେ ସମସ୍ତ ହିତାଧିକାରୀଙ୍କୁ ଘର ଯୋଗାଇଦେବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ଥିବା କହିଛନ୍ତି ମୋଦି ।

ଏହା ସହ ମଧ୍ୟବିତ ବା ଗରିବ ଶ୍ରେଣିର ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ ଯୋଜନା ଆୟୁଷ୍ମାନ ଭାରତ ଏବଂ ସୁଗମ୍ୟ ଭାରତ ଯୋଜନାର ମଧ୍ୟ ବୈଠକରେ ସମୀକ୍ଷା ହୋଇଛି । ଯୋଜନା ପାଇଁ ନିୟୋଜିତ ଥିବା ସମସ୍ତ ଅଧିକାରୀ ବୈଠକରେ ଉପସ୍ଥିତ ରହିଥିଲେ ।

Intro:ଭରତପୁର କୋଇଲା ଖଣି ରେ ମାଟି ଧସି ଚାରିଜଣଙ୍କର ମୃତ୍ୟୁ ହେବାପରେ ଅଶାନ୍ତ ହୋଇ ପଡିଥିଲା ପୁରା ଖଣି ଅଞ୍ଚଳ । ଯାହାକୁନେଇ ଚିନ୍ତା ରେ ପଡି ଯାଇଥିଲେ ଖଣି କର୍ତ୍ତୁପକ୍ଷ ଓ ଜିଲ୍ଲା ପ୍ରଶାଶନ । NTPC ରେ କୋଇଲା ସଙ୍କଟ ହୋଇ ବିଜୁଳି ଉତ୍ପାଦନ ରେ ବାଧା ହେବାଠାରୁ ଆରମ୍ଭ କରି କୋଇଲା ଉପରେ ନିର୍ଭର କରୁଥିବା ଶିଳ୍ପ ସଂସ୍ଥା ଗୁଡିକ ଏକ ପ୍ରକାର ବନ୍ଦ ହେବାକୁ ବସିଥିଲା । ଯାହା ୮ ଦିନ ପରେ ଶୋଭାବିକ ହବବୋଲି ନିସ୍ପତି ହୋଇଛି । Body:Vo – 1
ଅସୁରକ୍ଷିତ କୋଇଲା ଖଣି । ଖଣି ରେ ଶ୍ରମିକ ସୁରକ୍ଷିତ ନୁହଁନ୍ତି । MCL କର୍ତ୍ତୁପକ୍ଷ କରୁନାହାନ୍ତି ସୁରକ୍ଷା ଯାଞ୍ଚ । ଯାହା ପାଇଁ ଘଟିଥିଲା ଭୟଙ୍କର ଅଘଟଣ । ଖଣି ର ଭରତପୁର କୋଇଲା ଖଣି ରେ ପ୍ରାୟ ୫୦୦ ଫୁଟ ଚୌଡାର ମାଟି ଅତଡା ଖସି ଖଣି ଭିତରେ କୋଇଲା ଓ ମାଟି ତଳେ ଚାପି ହୋଇଯାଇଥିଲେ ଶ୍ରମିକ । ୯ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଚାରିଜଣଙ୍କ ମୃତ କୋଇଲା ତାଡି ବାହାର କରଯାଇଥିଲା । ଘଟଣା କୁ ଆଠ ଦିନ ବିତିଯାଇଥିବା ବେଳେ ଅସ୍ଵାଭିକ ହୋଇ ଯାଇଥିଲା ସମଗ୍ର ଖଣି ଅଞ୍ଚଳ । MCL ର ସମସ୍ତ ୮ ଟି ଯାକ କୋଇଲା ଖଣି କୁ ବନ୍ଦ କରିଦେଇଥିଲା ବିଜେପି କର୍ମୀ । ଦାବି ଥିଲା ଶ୍ରମିକଙ୍କ ସୁରକ୍ଷା । ଆଜି ଜିଲ୍ଲା ପ୍ରଶଶନ ତ୍ରିପାଖିକ ବୈଠକ ଡାକି ଘଟଣା ର ସମାଧାନ ବାଟ ବାହାର କରିଛି ।
Byte – 1 ମନୋଜ କୁମାର ମହାନ୍ତି , ଜିଲ୍ଲାପାଳ ଅନୁଗୋଳ          
Byte – 2 କାଳନ୍ଦି ସାମଲ, ରାଜ୍ୟ ସମ୍ପାଦକ ବିଜେପି
Vo – 2
ସେପଟେ ମୃତ ଶ୍ରମିକଙ୍କ ପରିବାରକୁ ୩ କୋଟି ଟଙ୍କା କ୍ଷତିପୂରଣ, ସ୍ଥାୟୀ ନିଯୁକ୍ତି, ଖଣି ସୁରକ୍ଷା କାର୍ଯ୍ୟ ର ଯାଞ୍ଚ ଏହିଭଳି ଚାରୋଟି ଦଫା ନେଇ ତାଳଚେର ଅଞ୍ଚଳ ର ଚାରୋଟି ସଂଗଠନ ଜିଲ୍ଲା ପ୍ରଶାଶନ ନିକଟରେ ଫେରାଦ ହୋଇଥିଲେ । ଆଜି ଜିଲ୍ଲାପାଳ ନିଜ କାର୍ଯ୍ୟାଳୟ ରେ MCL ପରିଚାଳନା ନିର୍ଦେଶକଙ୍କ ଠାରୁ ଆରମ୍ଭ କରି ସମସ୍ତ ବରିଷ୍ଠ ଅଧିକାରୀ ଙ୍କୁ ଡାକି ଆଲୋଚନା କରିଥିଲେ । ପର୍ଯ୍ୟାୟ କ୍ରମେ ତାଳଚେର ସୁରକ୍ଷା ମଞ୍ଚ , ଠିକାଦାର ସଂଘ , ତାଳଚେର ବିଜେଡ଼ି ଓ ବିଧାୟକ ଙ୍କ ସମେତ ମୃତକଙ୍କ ପରିବାର ସଦଶ୍ୟଙ୍କୁ ଡାକି ଆଲୋଚନା କରିଥିଲେ । ସାତ ଦିନ ମଧ୍ୟରେ କ୍ଷତିପୂରଣ ଓ ସୁରକ୍ଷା କାର୍ଯ୍ୟର ତଦାରଖ ପାଇଁ MCL ବୈଠକ ରେ ସହମତ୍ତି ପ୍ରକାଶ କରିଛି । ଫଳରେ ଶୋଭାବିକ ହୋଇଛି ଖଣି ଅଞ୍ଚଳ ।
Byte – 3 ବ୍ରଜକିଶୋର ପ୍ରଧାନ , ବିଧାୟକ ତାଳଚେର
Conclusion:ଏମସିଏଲ ରେ ଅଚଳାବସ୍ଥା ଯୋଗୁଁ NTPC ରେ କୋଇଲା ସଙ୍କଟ ସହ କୋଇଲା ଉପରେ ନିର୍ଭର କରୁଥିବା ଶିଳ୍ପ ସଂସ୍ଥା ପ୍ରଭାବିତ ହୋଇଥିଲା । ଯାହା ଶୋଭାବିକ ହେବ ବୋଲି ଆଶା କରାଯାଉଛି ।
ଅନୁଗୋଳ ରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.