ETV Bharat / bharat

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ, ବିଜେପି ପାଳୁଛି ସେବା ସପ୍ତାହ

author img

By

Published : Sep 17, 2020, 7:53 AM IST

Updated : Sep 17, 2020, 8:02 AM IST

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 70ତମ ଜନ୍ମଦିନ । ଏହି ଉପଲକ୍ଷେ ସେପ୍ଟେମ୍ବର 14 ତାରିଖରୁ 20 ତାରିଖ ଯାଏ ସେବା ସପ୍ତାହ ପାଳୁଛି ବିଜେପି ।

ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ
ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 70ତମ ଜନ୍ମଦିନ । ଏହି ଉପଲକ୍ଷେ ସେପ୍ଟେମ୍ବର 14 ତାରିଖରୁ 20 ତାରିଖ ଯାଏ ସେବା ସପ୍ତାହ ପାଳୁଛି ବିଜେପି । ଏହି ସମୟରେ ମଣ୍ଡଳରୁ ଆରମ୍ଭ କରି ବୁଥସ୍ତରୀୟ କର୍ମୀମାନେ ନିଜ ନିଜ ଅଞ୍ଚଳରେ କିଛି କିଛି କାମ କରିବାର କାର୍ଯ୍ୟକ୍ରମ ରହିଛି ।

ହସ୍ପିଟାଲରେ ରୋଗୀଙ୍କ ଫଳ ଦେବାଠୁ ଆରମ୍ଭ କରି ଅନାଥ ପିଲାଙ୍କୁ ଖାଦ୍ୟ ଦେବା ତଥା ବହି, ପୋଷାକ ଆଦି ବଣ୍ଟନ କରିବା ମଧ୍ୟ ଏହି ସେବା ସପ୍ତାହରେ କରାଯାଉଥିବା ଜଣାପଡିଛି ।

  • Warm greetings to Prime Minister Shri @narendramodi ji on the auspicious occasion of your birthday. I wish you good health and happiness.

    We will continue working closely together to further strengthen relations between our two countries.

    — K P Sharma Oli (@kpsharmaoli) September 17, 2020 " class="align-text-top noRightClick twitterSection" data=" ">

ତେବେ ମୋଦିଙ୍କ 70 ତମ ଜନ୍ମ ଦିନରେ ଆସନ୍ତୁ ତାଙ୍କ ବାବଦରେ କିଛି ଜାଣିବା...

1950 ମସିହା ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଗ୍ରହଣ କରିଥିଲେ । ଗୁଜୁରାଟ ବଦନଗର ଅଞ୍ଚଳର ଏକ ଗରିବ ମଧ୍ୟବିତ୍ତ ପରିବାରରେ ସେ ଜନ୍ମ ନେଇଥିଲେ । ପ୍ରାରମ୍ଭରୁ ମୋଦି ତାଙ୍କ ବାପାଙ୍କ ଚା’ ଦୋକାନରେ ତାଙ୍କୁ ସାହାର୍ଯ୍ୟ କରୁଥିଲେ ।

ପରେ 8 ବର୍ଷ ବୟସରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘରେ ଯୋଗଦେଇଥିଲେ । ଛୋଟବେଳେ ହିଁ ତାଙ୍କର ବିବାହ ଯୋଶଦାବେନ ମୋଦିଙ୍କ ସହିତ ହୋଇଥିଲା । ଯେଉଁଥିଲାଗି ସେ ହାଇସ୍କୁଲ ପଢାସାରି ଘର ଛାଡିଦେଇଥିଲେ ।

ପରେ ଦୁଇ ବର୍ଷ କାଳ ଭାରତର ସମସ୍ତ ଧାର୍ମିକ ସ୍ଥାନ ଭ୍ରମଣ କରି ଗୁଜୁରାଟ ଫେରିଥିଲେ । 1971 ମସିହାରେ ସେ ଆରଏସଏସର ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ବ ନିଭାଇଥିଲେ ।

1985 ମସିହାରେ ବିଜେପିରେ ଯୋଗଦେଇ 2001 ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀରେ ରହି ଦଳ ପାଇଁ କାମ କରିଛନ୍ତି ମୋଦି । ପରେ 2001 ମସିହାରେ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି 2014 ମସିହା ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଛନ୍ତି ।

2014 ମସିହାରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭା ହୋଇ ଦଳକୁ ପୁଣି ଥରେ ଶାସନକୁ ଫେରାଇଛନ୍ତି ସେ। ପରେ ପୁଣି ଥରେ 2019 ମସିହା ନିର୍ବାଚନରେ ଦଳକୁ ବହୁମତ ଦେଇ ଦ୍ବିତୀୟ ବାର ପ୍ରଧାନମନ୍ତ୍ରୀ ହୋଇଛନ୍ତି ମୋଦି ।

Last Updated : Sep 17, 2020, 8:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.