ନୂଆଦିଲ୍ଲୀ: ରାମଲୀଳା ମୈଦାନରେ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ରାଜନୈତିକ ଦଳକୁ କଡ଼ା କଟାକ୍ଷ କରିଛନ୍ତି । ଏହି ଆଇନ କୌଣସି ସମ୍ପ୍ରଦାୟର ବିରୋଧରେ ନୁହେଁ ବରଂ ଦଳିତ-ପୀଡ଼ିତ-ଶୋଷିତଙ୍କ ଅଧିକାରକୁ ବଜାୟ ରଖିବା ପାଇଁ ପାରିତ ହୋଇଥିବା କହିଛନ୍ତି ମୋଦି ।
ଯେଉଁମାନେ ପୂର୍ବରୁ ଏହି ଆଇନକୁ ଦେଶରେ ଲାଗୁ କରିବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ଆଜି ସେମାନେ ଏହି ଆଇନକୁ ବିରୋଧ କରୁଛନ୍ତି । ଦେଶରେ ହିଂସା ସୃଷ୍ଟି କରିବାକୁ ପରୋକ୍ଷରେ ପ୍ରରୋଚନା ଦେଉଛନ୍ତି । ଆଜି ଆସାମରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଦେଶରେ ଯେଉଁ ଅଶାନ୍ତି ପରିବେଶ ସୃଷ୍ଟି ହୋଇଛି ତାହା କେବଳ ବିରୋଧୀଙ୍କ ପ୍ରରୋଚନା ଯୋଗୁଁ ହେଉଛି ।
ମୁସଲିମ ଲୋକଙ୍କୁ କାଗଜ ଏବଂ ସାର୍ଟିଫିକେଟର ମିଥ୍ୟା କହି କିଛି ରାଜନୈତିକ ଦଳ ଭ୍ରମିତ କରିବାରେ ଲାଗିଛନ୍ତି । ବ୍ୟାଙ୍କରେ ଖାତା ଖୋଲିବା ହେଉ କିମ୍ବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟରେ କେବେ ମଧ୍ୟ ସମ୍ପ୍ରଦାୟ ପରିଚୟ ପତ୍ରର ଆବଶ୍ୟକତା ନାହିଁ । ଏହା ହୀନ ରାଜନୀତି କରୁଥିବା ଦଳଗୁଡ଼ିକର ନୀଚ ମାନସିକତା ବୋଲି କହିଛନ୍ତି ମୋଦି ।