ETV Bharat / bharat

‘କୋରୋନା ମୁକାବିଲା ପାଇଁ 150 ଦେଶକୁ ସହାୟତା କରିଛୁ’

ମିଳିତ ଜାତିସଂଘକୁ ପ୍ରଥମ ଥର ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଅଭିଭାଷଣ । ଭାରତ ସରକାର କୋଭିଡ ପରିଚାଳନା ସହିତ ନେଇଥିବା ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ..

ମିଳିତ ଜାତିସଂଘକୁ ମୋଦିଙ୍କ ପ୍ରଥମ ଉଦବୋଧନ, ବିଶ୍ବ ସହ ବଦଳିଛି ଭାରତ

author img

By

Published : Jul 17, 2020, 9:32 PM IST

ହାଇଦ୍ରାବାଦ: ପ୍ରଥମ ଥର ପାଇଁ ମିଳିତ ଜାତିସଂଘକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମିଳିତ ଜାତିସଂଘର 75 ତମ ବାର୍ଷିକୀ ଅବସରରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଅଭିଭାଷଣ । ଭର୍ଚୁଆଲ ଯୋଗେ ପ୍ରଧାନମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବା ସହ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ରାଷ୍ଟ୍ରକୁ କୋରୋନା ସମୟରେ ଦେଇଛନ୍ତି ଅନେକ ଗୁରୁତ୍ବପୂର୍ଣ୍ଣ ସନ୍ଦେଶ । ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ କରୋନା ନିୟନ୍ତ୍ରଣାଧିନ ରହିଛି । ଭାରତରେ ସୁସ୍ଥହାର ବୃଦ୍ଧି ପାଉଛି ଏବଂ ମୃତ୍ୟୁ ସଂଖ୍ୟା କମ ରହିଛି । ଆମେ କରୋନା ମୁକାବିଲା ପାଇଁ ଅନ୍ୟ ଦେଶକୁ (ପାଖାପାଖି 150) ମଧ୍ୟ ସହାୟତା ଯୋଗାଇ ଦେଉଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବିଶ୍ବ ବଦଳିଯାଇଛି । ଏହା ସହ ବଦଳଛି ଭାରତ । କୋଭିଡ ମୁକାବିଲାକୁ ଆମେ ଜନ ଆନ୍ଦୋଳନରେ ପରିଣତ କରିଛୁ । କୋରୋନା ପାଇଁ ସାର୍କ ଜରୁରୀକାଳୀନ ପାଣ୍ଠି ଗଠନ ହୋଇଛି । ଅର୍ଥ ବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ପଦକ୍ଷେପ ନେଇଛୁ । ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ସହ ଅନେକ ଯୋଜନା ଲାଗୁ କରଛନ୍ତି ଭାରତ ସରକାର । ଆମେ ଦେଶର ସମସ୍ତ ନାଗରିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଆଇନ ଆଣିଛୁ । ଆମର ଖାଦ୍ୟ ସୁରକ୍ଷା ଯୋଜନାରେ 80 କୋଟି ନାଗରିକ ଉପକୃତ ହୋଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଭାରତ ସ୍ବାଧୀନତାର 75 ତମ ବାର୍ଷିକୀ ପାଳନ କରୁଥିବାବେଳେ 2022 ସୁଦ୍ଧା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବାସସ୍ଥାନ ନିର୍ମାଣ ସରିଥିବ ।

ଏହା ଆମେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ମହିଳାମାନଙ୍କୁ ସଶକ୍ତ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରୁଛୁ | ଗତ 6 ବର୍ଷ ମଧ୍ୟରେ, ଆମେ ପ୍ରତ୍ୟକ୍ଷ ଭେବା 40 କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲିଛୁ | ଏବଂ ବିଭିନ୍ନ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ମଧ୍ୟ ପଠାଇଛୁ । ଗରିବଙ୍କ ଚିକିତ୍ସା ପାଇଁ ଆମେ ଆୟୁଷ୍ମାନ ଯୋଜନା ଆରମ୍ଭ କରିଛୁ । ଆୟୁଷ୍ମାନ ଭାରତ ହେଉଛି ବିଶ୍ବର ସବୁଠାରୁ ବଡ ସ୍ବାସ୍ଥ୍ୟ ଯୋଜନା।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ଆମେ ଏଜେଣ୍ଡା 2030 ପୂରଣ କରିବାକୁ ଚେଷ୍ଟା କରୁଛୁ। ଆମେ ବିକାଶଶୀଳ ଦେଶମାନଙ୍କୁ ସାହାଯ୍ୟ କରୁଛୁ। ଆମର ଲକ୍ଷ୍ୟ ହେଉଛି ସବକା ସାଥ, ସବକା ବିଶ୍ବାସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.