ETV Bharat / bharat

ମଙ୍ଗଳବାର ଏହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପିଏମଙ୍କ ବୈଠକ - 16 ଏବଂ 17 ଜୁନ୍ ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଦେଶରେ ମହାମାରୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ 16 ଏବଂ 17 ରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହା ଷଷ୍ଠ ରାଉଣ୍ଡ ଆଲୋଚନା ହେବ । ଏହା ପୂର୍ବରୁ 11 ମଇରେ ଏଭଳି ବୈଠକ ହୋଇଥିଲା । ଅଧିକ ପଢନ୍ତୁ...

ଆସନ୍ତା କାଲି ଏହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପିଏମଙ୍କ ବୈଠକ

author img

By

Published : Jun 15, 2020, 7:31 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ 16 ଏବଂ 17 ରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଦେଶରେ ବଢୁଥିବା କୋରୋନାକୁ ନେଇ ଦୁଇ ଦିନିଆ ଡିଜିଟାଲ ବୈଠକ ହେବାକୁ ଯାଉଛି।

ମଙ୍ଗଳବାର ଅପରାହ୍ନରେ 21 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କ ସହ ଆଲୋଚନା କରିବେ। ଏଥିମଧ୍ୟରେ ପଞ୍ଜାବ, କେରଳ, ଗୋଆ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ଉତ୍ତର-ପୂର୍ବର କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସାମିଲ ରହିଛି । ବୁଧବାର ପ୍ରଧାନମନ୍ତ୍ରୀ 15 ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳଙ୍କ ସହ ଆଲୋଚନା କରିବେ। ଏଥିମଧ୍ୟରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, କର୍ଣ୍ଣାଟକ, ଗୁଜୁରାଟ, ବିହାର ଏବଂ ଉତ୍ତରପ୍ରଦେଶ ଅନ୍ତର୍ଭୁକ୍ତ ।

ସୋମବାର ଦିନ ଭାରତରେ 11 ହଜାରରୁ ଅଧିକ କୋରୋନା ଆକ୍ରାନ୍ତ ରିପୋର୍ଟ ହେବା ପରେ ସଂକ୍ରମିତ ସଂଖ୍ୟା 3.32 ଲକ୍ଷରେ ପହଞ୍ଚିଛି । ସେହିପରି 325 ଜଣ ମୃତ୍ୟୁ ହୋଇ ମୃତକଙ୍କ ସଂଖ୍ୟା 9520 କୁ ବୃଦ୍ଧି ପାଇଛି । ଏପଟେ ସରକାରଙ୍କ ପକ୍ଷରୁ ଅନେକ ରିହାତି ପ୍ରଦାନ କରାଯାଇଛି ଯାଦ୍ବାରା ଲକଡାଉନରେ ପ୍ରଭାବିତ ଅର୍ଥନୀତି ଟ୍ରାକକୁ ଫେରିପାରିବ । ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହା ଷଷ୍ଠ ରାଉଣ୍ଡ ଆଲୋଚନା ହେବ । ଏହା ପୂର୍ବରୁ 11 ମଇରେ ଏଭଳି ବୈଠକ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.