କାନବେରା: କୋରୋନା ଭାଇରସ ପାଇଁ ଜି-20 ରାଷ୍ଟ୍ର ମାନଙ୍କୁ ଏକାଠି କରିବାରେ ମୋଦିଙ୍କ ଉଦ୍ୟମକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମାରିସନ ପ୍ରଶଂସା କରିଛନ୍ତି । ଏଥିରେ ଅଷ୍ଟ୍ରେଲିଆ ମୋଦିଙ୍କୁ ସମର୍ଥନ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମାରିସନ କହିଛନ୍ତି , ‘ମୁଁ ଜାଣେ ପ୍ରଧାନମନ୍ତ୍ରୀ ମୋଦି ଜି-20 ନେତା ମାନଙ୍କୁ ଏକାଠି କରିବାକୁ ଇଚ୍ଛା ରଖିଛନ୍ତି । ମୁଁ ଭାବୁଛି ଏହା ଏକ ପ୍ରଶଂସନୀୟ ପଦକ୍ଷେପ । ଅଷ୍ଟ୍ରେଲିଆ ତାହାକୁ ସମର୍ଥନ କରିବ।’
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୋରୋନାକୁ ଆନ୍ତର୍ଜାତୀୟ ମହାମାରୀ ଘୋଷଣା କରାଯାଇଛି । ତେବେ କୋରୋନା ପ୍ରସଙ୍ଗରେ ଜି-20 ରାଷ୍ଟ୍ର ମାନଙ୍କୁ ଏକାଠି ହେବାର ଆବଶ୍ୟକତା ରହିଛି ।
@ANI