ETV Bharat / bharat

PIB ଡିଜିଙ୍କୁ କୋରୋନା

ପ୍ରେସ୍ ଇନଫରମେସନ ବ୍ୟୁରୋର ପ୍ରିନ୍ସିପାଲ୍ ଡାଇରେକ୍ଟର ଜେନେରାଲ୍ କେଏସ୍ ଧତୱାଲିଆଙ୍କୁ କୋରୋନା ।

press-information-bureau-chief-k-s-dhatwalia-tests-positive-for-covid-19
PIB ଡିଜି କୋରୋନା ପଜିଟିଭ୍‌ ଚିହ୍ନଟ
author img

By

Published : Jun 8, 2020, 4:13 AM IST

ନୂଆଦିଲ୍ଲୀ: ପ୍ରେସ୍ ଇନଫରମେସନ ବ୍ୟୁରୋର ପ୍ରିନ୍ସିପାଲ୍ ଡାଇରେକ୍ଟର ଜେନେରାଲ୍ କେଏସ୍ ଧତୱାଲିଆଙ୍କୁ କୋରୋନା । ତେବେ ଏନେଇ ସୋମବାର ଏକ ରିପୋର୍ଟ ପ୍ରକାଶ ପାଇଛି । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସନ୍ଧ୍ୟା 7 ଟାରେ ତାଙ୍କୁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ।

ତେବେ ଧତୱାଲିଆ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସରକାରୀ ସ୍ଥରରେ ଚିନ୍ତା ଅଧିକ ବଢିଯାଇଛି । କାରଣ ଗତ ବୁଧବାର ସେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରକାଶ ଜାଭଡେକରଙ୍କ ମିଶିଥିଲେ । କ୍ୟାବିନେଟ ନିଷ୍ପତ୍ତିକୁ ନେଇ ହୋଇଥିବା ସାମ୍ବାଦିକ ସମ୍ମୀଳନିରେ ସେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟପଟେ ଧତୱାଲିଆଙ୍କ ସ୍ବାସ୍ଥ୍ୟବାସ୍ଥା ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ ।

ତେବେ ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଥିବା ତାଙ୍କ ଅଫିସକୁ ବନ୍ଦ କରି ଦିଆଯାଇଛି । ଆସନ୍ତାକାଲି ସମୂର୍ଣ୍ଣ ବିଲ୍ଡିଂ ସାଇନିଟାଇଜ ହେବା ପରେ ଅଫିସ ଖୋଲିବ ବୋଲି ପିଆଇବିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

@pti

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.