ETV Bharat / bharat

ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି - 72 republic day

ଦିଲ୍ଲୀ ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚି ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ପରେ ଜାରି ରହିଛି ପରେଡ । ଅଧିକ ପଢନ୍ତୁ...

ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି
ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି
author img

By

Published : Jan 26, 2021, 11:33 AM IST

Updated : Jan 26, 2021, 12:00 PM IST

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି 72 ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚି ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ପରେ ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଏହା ପରେ ରାଜପଥରେ ଆରମ୍ଭ ହୋଇଛି ପରେଡ । ରାଜପଥରେ ଚିତାକର୍ଷକ ପରେଡ ସହ ଦେଶର ମହାନ ସଂସ୍କୃତି ଓ ସାମରିକ ଶକ୍ତି ପ୍ରଦର୍ଶିତ ହେଉଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପଥରେ ପହଞ୍ଚିବା ପୂର୍ବରୁ ‘ଜାତୀୟ ଯୁଦ୍ଧ ସ୍ମାରକୀ’ ଯାଇଥିଲେ । ସେଠାରେ ପୁଷ୍ପମାଲ୍ୟ ଅପର୍ଣ କରି ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପିଏମଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଚିଫ ଅଫ ଡିଫେନସ ଷ୍ଟାଫ ଜେନେରାଲ ବିପିନ ରାୱତ ମଧ୍ୟ ଶ୍ରଦ୍ଧା ସୁମନ ଜଣାଇଥିଲେ । ସ୍ମାରକୀରେ ଥିବା ସେରିମୋନିଆଲ ବୁକରେ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ବାକ୍ଷର କରିଥିଲେ । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜାମନଗରରୁ ଆସିଥିବା ଏକ ସ୍ବତନ୍ତ୍ର ‘ପଗଡି’ ପରିଧାନ କରିଥିଲେ । ଏହି ‘ପଗଡି’ ପ୍ରଥମ କରି ଗୁଜୁରାଟ ଅନ୍ତର୍ଗତ ଜାମନଗର ରାଜପରିବାର ତରଫରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ଦିଆଯାଇଛି ।

Last Updated : Jan 26, 2021, 12:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.