ETV Bharat / bharat

ଏମ୍ସ ଯାଇ ଜେଟଲୀଙ୍କ ସ୍ବାସ୍ଥବସ୍ଥା ବୁଝିଲେ ରାଷ୍ଟ୍ରପତି - ଦିଲ୍ଲୀ AIIMS

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତ ସପ୍ତାହରେ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ହେବା ପରେ ତାଙ୍କୁ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଫାଇଲ ଫଟୋ
author img

By

Published : Aug 16, 2019, 3:21 PM IST

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିପାଇଁ ଆଜି ସେ ଦିଲ୍ଲୀ ସ୍ଥିତ ଏମ୍ସକୁ ଯାଇଛନ୍ତି । ଗତ ସପ୍ତାହରେ ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ହେବା ପରେ ତାଙ୍କୁ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ଅରୁଣ ଜେଟଲୀଙ୍କୁ ଫୁସଫୁସ ଜନିତ ସମସ୍ୟା କାରଣରୁ ଶ୍ବାସକ୍ରିୟାରେ ସମସ୍ୟା ହେଉଥିଲା । ଏଥିପାଇଁ ତାଙ୍କୁ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ କହିବା କଥା, ତାଙ୍କ ଫୁସଫୁସରେ ପାଣି ଜମିବା କାରଣରୁ ତାଙ୍କୁ ଶ୍ବାସକ୍ରିୟାରେ ଏଭଳି ସମସ୍ୟା ହେଉଛି । ଏହି କାରଣରୁ ଜେଟଲୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ବାରମ୍ବାର ଜେଟଲୀଙ୍କ ଫୁସଫୁସରେ ପାଣି ଜମା ହେଉଛି । ଯାହାକୁ ଡାକ୍ତରୀ ଭାଷାରେ ସଷ୍ଟ ଟିସୁ ସାରକୋମା ବୋଲି କୁହାଯାଏ । ଏହା ଏକ ପ୍ରକାର କ୍ୟାନସର ବୋଲି ଡାକ୍ତର କହିଛନ୍ତି ।

କିଛିଦିନ ପୂର୍ବରୁ ଜେଟଲୀଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବାବେଳେ ସେ ଜଣେ ମଧୁମେହୀ ରୋଗୀ । ଗତ ଅଗଷ୍ଟ 9ରେ ଏମ୍ସ ପକ୍ଷରୁ ଜେଟଲୀଙ୍କ ସ୍ବାସ୍ଥାବସ୍ଥା ନେଇ ଷ୍ଟେଟମେଣ୍ଟ ଜାରି କରାଯାଇଥିଲା । ସେବେଠାରୁ ଏବେ ଯାଁଏ ଆଉ କିଛି ଷ୍ଟେଟମେଣ୍ଟ ଜାରି କରାଯାଇନାହିଁ । କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏମ୍ସ ଯାଇ ଜେଟଲୀଙ୍କୁ ଭେଟିଥିଲେ ।

Intro:Body:

srg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.